ମାଛଚାଷ : ‘ଭାତ ଓ ମାଛ’ ଓଡ଼ିଆ, ବଙ୍ଗାଳୀ ଓ ଆସାମ ଅଧିବାସୀଙ୍କର ଏକ ପ୍ରିୟ ଖାଦ୍ୟ । ଏହା ଯେତିକି ସୁସ୍ୱାଦୁଯୁକ୍ତ ସେତିକି ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ । ମାଛ ଖାଇବା ଦ୍ୱାରା ଶରୀରର ମାନସିକ ଓ ଶାରୀରିକ ବିକାଶ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ତେବେ ମାଛ ମୁଖ୍ୟତଃ ଦୁଇଟି ଉତ୍ସରୁ ଉପଲବ୍ଧ ହୋଇଥାଏ, ତାହାହେଲା ଯଥା: ମାଛଚାଷ ଓ ମାଛଧରା କ୍ଷେତ୍ର । ସମୁଦ୍ର, ନଦୀ, ହ୍ରଦ, ଜଳଭଣ୍ଡାର ଇତ୍ୟାଦି ଜଳାଶୟଗୁଡ଼ିକରୁ କ୍ରମବର୍ଦ୍ଧିଷ୍ଣୁ ପରିବେଶ ପ୍ରଦୂଷଣ ଯୋଗୁଁ ମାଛ ଉତ୍ପାଦନ ହ୍ରାସ ପାଉଛି । ଅନେକ ପ୍ରଜାତିର ମାଛ ମଧ୍ୟ ଅବକ୍ଷୟାଭିମୁଖୀ ଓ ବିଲୁପ୍ତାଭିମୁଖୀ ହେଉଛନ୍ତି । ଗୋଟିଏ ଦିଗରେ ପ୍ରାକୃତିକ ମତ୍ସ୍ୟସମ୍ପଦର ଦ୍ରୁତକ୍ଷୟ ଘଟୁଥିବାବେଳେ ଅନ୍ୟଦିଗରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ମାଛ ଚାହିଦା ବେଶ୍ ବଢ଼ିବାରେ ଲାଗିଛି । ଏହା ଖାଦ୍ୟ ସୁରକ୍ଷା ଓ ପୌଷ୍ଟିକତାର ନିରାପତ୍ତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ସମସ୍ୟାର ମତ୍ସ୍ୟସମ୍ପଦ ପରିଚାଳନା ବିଶେଷଜ୍ଞଙ୍କ ପରାମର୍ଶ ଦ୍ୱାରା କିଛି ପରିମାଣରେ ଲାଘବ କରାଯାଇପାରିବ ।ବନ୍ୟା ଛାଡିଯିବା ପରେ ଯଦି ଚାଷୀ ଭାଇ ମାନେ ପୋଖରୀ ସଫା କରି ମାଛ ଚାଷ କରନ୍ତି ଲାଭବାନ ହେବା ସହିତ ଅନ୍ୟମାନଙ୍କ ପାଇଁ ପେରଣା ହୋଇ ପାରିବେ ।
Sign in
Sign in
Recover your password.
A password will be e-mailed to you.
Comments are closed.