ବାଲେଶ୍ୱର, ନଭେମ୍ବର ୨୯ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଟାଉନ ହାଇସ୍କୁଲ ଆଲୁମ୍ନିର ନଭେମ୍ବର ମାସିକ ବୈଠକ ସଭାପତି ସୁବ୍ରତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ଏବଂ ଆଲୁମ୍ନିର ବାର୍ଷିକ ବିବରଣୀ ପ୍ରସ୍ତୁତି ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା।
ବୈଠକର ପ୍ରାରମ୍ଭରେ ଆଲୁମ୍ନିର ସମ୍ପାଦକ ଶାନ୍ତି ସ୍ୱରୂପ ମିଶ୍ର ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଏହାପରେ ସଦସ୍ୟମାନେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଓ ସଂଗଠନର ବାର୍ଷିକ କାର୍ଯ୍ୟକଳାପର ହିସାବ ଉପସ୍ଥାପନ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।
ବୈଠକରେ ସୁରେନ୍ଦ୍ର ନାଥ ଦାସ, କ୍ରିଷ୍ଣା ଶାହା, ଶ୍ୟାମ ସୁନ୍ଦର ମିସ୍ତ୍ରୀ, ସତ୍ୟ ସୁନ୍ଦର ମହାପାତ୍ର, ସୁଶାନ୍ତ କର ଓ ତପନ କୁମାର ରାଉଳ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଶେଷରେ ଆଲୁମ୍ନିର ବରିଷ୍ଠ ସଦସ୍ୟ ଡ. ନୀଳମାଧବ ରାୟ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।