ଭୁବନେଶ୍ବର: ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଆଜି ଅପରାହ୍ଣରେ ଐତିହାସିକ କଟକ ବାଲିଯାତ୍ରା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟା ୩୦ରେ ସିଲଭରସିଟି ବୋଟ୍ କ୍ଲବ୍ ନିକଟରେ ପହଞ୍ଜିବା ପରେ କଳିଙ୍ଗ ତରଙ୍ଗିନୀ ନୌକା ଯୋଗେ ବାଲିଯାତ୍ରା ପଡିଆ ଯିବେ। ଏଥିପାଇଁ ଡଙ୍ଗାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତିଙ୍କ ସମେତ ଏଥିରେ ୧୫ ଜଣ ବସିବାର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ୫ଟାରେ ଗଡଗଡିଆ ଘାଟରେ ମହାନଦୀ ଆଳତି ଓ ବୋଇତ ବନ୍ଦାଣ କରାଯିବ। ପରେ କଟକ ଇନ୍ କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦଘାଟନ କରିବେ। ଗତକାଲି ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥି କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।