ବାତ୍ୟା ଭୟ : ୮ ଜିଲ୍ଲାରେ ସ୍କୁଲ ଛୁଟି

0

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ଅକବାନକୁ ଦୃଷ୍ଟିରେ ରଖି ୮ ଜିଲ୍ଲାରେ ସ୍କୁଲ ଛୁଟି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଖୋର୍ଦ୍ଧା ବ୍ୟତୀତ ଅନ୍ୟ ୬ ଜିଲ୍ଲାରେ ୧୯ରୁ ୨୧ ଯାଏଁ ସ୍କୁଲ ଛୁଟି ରହିବ। କେବଳ ଖୋର୍ଦ୍ଧା ଓ ମାଲକାନଗିରି ଜିଲ୍ଲାରେ ୧୯ ଏବଂ ୨୦ ତାରିଖରେ ସ୍କୁଲ ଛୁଟି ରହିବ। ସ୍କୁଲ , କଲେଜ ସମେତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ। ଶିଶୁବାଟିକାଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ। ୨୨ ତାରିଖ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କର ଚୁଟି ବାତିଲ କରାଯାଇଛି।  ଏପରିକି ଛୁଟିରେ ଥିବା ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ରହିଛି।

Leave A Reply

Your email address will not be published.