ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବ ଜିଏସଟି ଟିକସଦାତା ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସିଜିଏସଟି ଆୟୁକ୍ତଙ୍କ କାର୍ଯ୍ୟାଳୟ, ଜିଏସଟି ଭବନର ହିନ୍ଦୀ ସଦନରେ ଆସନ୍ତା ୨୫ ତାରିଖ ଅପରାହ୍ଣ ୪ଟାରେ ଏକ ଜିଏସଟି ଟିକସଦାତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୫୭ତମ ଜିଏସଟି ପରିଷଦର ବୈଠକରେ ହୋଇଥିବା ନିଷ୍ପତ୍ତି ଅଧୀନରେ ଆରମ୍ଭ କରାଯାଇଥିବା ୧୦୦ ଦିନିଆ ଜିଏସଟି ଟିକସଦାତା ସମ୍ପର୍କ ସ୍ଥାପନ ଏବଂ ହ୍ୟାଣ୍ଡ ହୋଲ୍ଡିଂ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଟିକସଦାତା ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଜିଏସ୍‌ଟି ବ୍ୟବସ୍ଥାରେ ହୋଇଥିବା ମୁଖ୍ୟ ପରିବର୍ତ୍ତନଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା । ଏହାସହିତ ଆଇନଗତ ପାଳନ ପ୍ରକ୍ରିୟାକୁ ସରଳ କରିବା ଏବଂ ଆବଶ୍ୟକ ମାର୍ଗଦର୍ଶନ ତଥା ସହଯୋଗ ଯୋଗାଇ ଦେବା । ଏହି ବୈଠକ ଟିକସଦାତା, ବାଣିଜ୍ୟ ସଂଘ, ଟିକସ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । ବୈଠକରେ ବିଭିନ୍ନ ବିଷୟ ଉପରେ ସ୍ପଷ୍ଟୀକରଣ ଦିଆଯିବା ସହ ଏବଂ ସାମ୍ପ୍ରତିକ ଜିଏସ୍‌ଟି ପରିବର୍ତ୍ତନଗୁଡ଼ିକର କାର୍ଯ୍ୟକାରିତା ବିଷୟଗୁଡ଼ିକ ଉପରେ ଆଲୋଚନା ହେବ।

 

ଏଥିରେ ବହୁସଂଖ୍ୟକ ଟିକସଦାତା ଏବଂ ଅନ୍ୟ ଅଂଶୀଦାରମାନେ ଯୋଗ ଦେଇ ସଂଶୋଧିତ ଜିଏସଟି ନିୟମକୁ ନେଇ ରହିଥିବା ପ୍ରଶ୍ନ ଓ ସନ୍ଦେହର ସମାଧାନ କରିବା ଲାଗି ଜିଏସଟି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

 

Leave A Reply

Your email address will not be published.