କାର୍ଯ୍ୟକ୍ରମରେ ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ ଅଧୀନରେ Low-GI ଚାଉଳ, ଇଡ୍‌ଲି ରାୱା, ଚୁଡ଼ା, ମିଲେଟ୍‌ କୁକିଜ୍‌ ଓ ସୁଗନ୍ଧିତ କଳାଜିରା ଚାଉଳର ଶୁଭାରମ୍ଭ ହୋଇଥିଲା। ଏହି ଉତ୍ପାଦଗୁଡ଼ିକ ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ IRRIର ବୈଷୟିକ ସହଯୋଗରେ ପ୍ରସ୍ତୁତ ହୋଇଛି।

ମହିଳା ଉଦ୍ୟୋଗୀଙ୍କ ଉତ୍ପାଦକୁ ବଜାର ଯୋଗାଇବା ପାଇଁ ୬ଟି ବ୍ୟବସାୟିକ ବୁଝାମଣା କରାଯାଇଛି। ଏଥିରୁ ୪.୫୬ କୋଟି ଟଙ୍କାରୁ ଅଧିକ ସମ୍ଭାବ୍ୟ ବ୍ୟବସାୟିକ କାରବାର ହେବାର ଆଶା ରହିଛି। ଭୁବନେଶ୍ୱରର VillaMart ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ‘ସୁଭଦ୍ରା ଶକ୍ତି’ ଉତ୍ପାଦର ଅନଲାଇନ୍ ପ୍ରଦର୍ଶନ ଆରମ୍ଭ ହୋଇଛି।

ଏଥିସହ ଓଡ଼ିଶା ଜୀବିକା ମିଶନ ଓ The Nudge Lifeskills Foundation ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ସବୁ ପଦକ୍ଷେପ ମାଧ୍ୟମରେ ମହିଳାଙ୍କୁ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ନିଜ ଉତ୍ପାଦର ବ୍ରାଣ୍ଡିଂ, ବିକ୍ରି ଓ ବଜାର ସମ୍ପ୍ରସାରଣ ପାଇଁ ନୂଆ ସୁଯୋଗ ମିଳିବ।