ନୂଆଦିଲ୍ଲୀ: ବାଲେଶ୍ୱରର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ’ ଏବଂ ଦୈନିକ ‘ଅପରାହ୍ନ’ ପରିବାର ଆନୁକୂଲ୍ୟରେ ଆୟୋଜିତ ‘ଅପରାହ୍ନ ଦିଲ୍ଲୀ ଉତ୍ସବ-୨୦୨୬’ ଅବସରରେ ଦିଲ୍ଲୀର ଯାଜପୁର ବିଶିଷ୍ଟ ଯୁବ କବି ଶ୍ରୀ ଅମରନାଥ ବାରିକ୍ ଙ୍କୁ ମାନ୍ୟବର ସମ୍ମାନ ‘ଅପରାହ୍ନ ସାରସ୍ଵତ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଛି।
ସାରସ୍ଵତ ସାଧନା, ସାହିତ୍ୟ, କଳା-ସଂସ୍କୃତିର ବିକାଶ ତଥା ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ନିଷ୍ଠାପର ସାଧନାକୁ ସମ୍ମାନ ଜଣାଇ ଅପରାହ୍ନ ପରିବାର ପକ୍ଷରୁ ତାଙ୍କୁ ଏହି ସମ୍ବର୍ଦ୍ଧନା ତଥା ମାନପତ୍ର ପ୍ରଦାନ କରାଯାଇଛି । ତାଙ୍କର ଏହି ମହତ ଅବଦାନ ଆଗାମୀ ପିଢ଼ି ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ମତ ପ୍ରକାଶ ପାଇଛି ।
ଏହି ସମାରୋହରେ ଶ୍ରୀଲିପ୍ତା ପ୍ରିଣ୍ଟମିଡିଆର ପରିଚାଳିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ, ‘ଅପରାହ୍ନ’ ଦିଲ୍ଲୀ ସାରସ୍ଵତ ସମାରୋହର ସଂଯୋଜକ ପ୍ରହ୍ଲାଦ ସାହୁ ଏବଂ ଦୈନିକ ଅପରାହ୍ନର ସମ୍ପାଦକ ଶ୍ରୀଯୁକ୍ତ ବଂଶୀଧର ଜେନା ପ୍ରମୁଖ ଯୋଗଦେଇ କବି ଶ୍ରୀ ବାରିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ସ୍ୱାସ୍ଥ୍ୟ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।