ବରୀରେ ଡକାୟତି , ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଲେ ।

ଯାଜପୁର : ଡକାୟତି କରିବାକୁ ଯାଇ ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଟିଟିଛି ଯାଜପୁର ଜିଲା ବରୀ ବ୍ଲକ ଚଟୁମାରି ଗ୍ରାମରେ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିବାକୁ ଯାଇ ଘର ମାଲିକଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘର ମାଲିକ ବିଶ୍ୱ ରଞ୍ଜନ ବିଶ୍ୱାଳ ଗୁରୁତର ହୋଇ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ତେତେକ ଦୁବୃର୍ତ୍ତ ବିଶ୍ୱ ରଞ୍ଜନଙ୍କ ଘରେ ଚୋରି କରିବାକୁ ପଶିଥିଲେ। ସେହି ସମୟରେ ବିଶ୍ୱରଞ୍ଜନ ସେମାନଙ୍କୁ ବିରୋଧ କରିବା ବେଳେ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ଖବରପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.