ଭୁବନେଶ୍ବର: ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଲୋକେ ବିଜେପିର ରାଜନୈତିକ ଦିଗ କଣ ହେବ ବୋଲି ସନ୍ଦେହରେ ଥିଲେ, ଦୁନ୍ଦୁଭି କେବେଠାରୁ ବାଜିବ ? ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ମାର୍ଗଦର୍ଶନ କରିଥିଲେ।ନିର୍ବାଚନ ସମୟରେ କୁଆଡ଼େ ଗଲା ରାଜ୍ୟ ସରକାର କୃଷକଙ୍କ ପାଇଁ ଘୋଷଣା ହୋଇଥିବା ୧୦ ହଜାର ଟଙ୍କା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ତାଲିକା ଦେଉନାହାନ୍ତି, ଏମଏସପି ମିଳୁନି ବୋଲି ବି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସେ ଆହୁରି କହିଛନ୍ତି, ମାତୃ-ଶିଶୁ ମୃତ୍ୟୁହାର କେନ୍ଦ୍ର ସରକାର କମାଉଥିବା ବେଳେ ଓଡ଼ିଶାରେ ବଢୁଛି। ଓଡ଼ି଼ଶାରେ ବାହାପିଆ ନୀତି, ଆଖିରେ ଅନ୍ଧ ପୁଟୁଳି, ଧୃତରାଷ୍ଟ୍ର ନୀତି କାରଣରୁ ଏଭଳି ଦୁର୍ଦଶା ଘଟୁଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ଓ ଓଡ଼ିଶାରେ ପିଡବ୍ଲ୍ୟୁଡି କୋଡ଼କୁ ବଦଳେଇ ଦଳୀୟ ଲୋକଙ୍କୁ ଟଙ୍କା ବଣ୍ଟା ଯାଉଛି। ପଛୁଆ ବର୍ଗଙ୍କୁ ଅବହେଳା କଥା ଉଠାଇ ଧର୍ମେନ୍ଦ୍ର କହିଛନ୍ତି, ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯାଉନାହିଁ। ଓଡ଼ିଶା ଏକ ମାତ୍ର ରାଜ୍ୟ ଏହି ଅଧିକାରକୁ ଆଙ୍ଗୁଠି ଗେଞ୍ଜି ଛଡେଇ ନେଉଛନ୍ତି। ଓଡ଼ିଶାରେ ବସ୍ତାରେ, ସାଇକେଲରେ ଆଦିବାସୀ ଲୋକ ନିଜ ବାପାର ଶବକୁ ବୋହିକି ନେଉଛି।
Sign in
Sign in
Recover your password.
A password will be e-mailed to you.
Comments are closed.