ନିଶା ଦ୍ରବ୍ୟ କାରବାର ରୋକିବାକୁ ପଟ୍ଟାମୁଣ୍ଡାଇ ପୁଲିସର ସଫଳତା! : ୧୦କେଜି ଗଞ୍ଜାଇ ଜବତ ୧ ଗିରଫ

0

ପଟ୍ଟାମୁଣ୍ଡାଇ୧୪/୧୧: ନିଶା କାରବାର ରୋକିବା ପାଇଁ କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି I ଆଜି ଆଦର୍ଶ ଥାନା ପୋଲିସ ୧୦କେଜି ଗଞ୍ଜାଇ ଜବତ କରି ନିଶା ଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ବିରାଟ ସଫଳତା ହାସଲ କରିଛି I ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି I ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକ ନିଶା ଦ୍ରବ୍ୟ କାରବାର ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି I ତାଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ସ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି I ଗତକାଲି ୧୩. ୧୧. ୨୦୨୬ ରିଖ ଦିନ ୭. ୪୫ମିନିଟ ସମୟରେ ଜନୈକ ବ୍ୟକ୍ତି କେନାଲ ରୋଡ଼ ପୁରୁଣା ବାଇପାସ ନିକଟରେ ଏକ ବ୍ୟାଗ ମଧ୍ୟରେ ଗଂଜେଇ ରଖି କାରବାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିବା ପରେ ରାଜନଗର ଅଂଚଳ ସଞ୍ଜୟ ଚନ୍ଦାଙ୍କ ନିକଟରୁ ୧୦କେଜି ୧୧୫ଗ୍ରାମ ଗଞ୍ଜାଇ ଜବତ କରିଥିଲା I ଏହା ପରେ ସ୍ଥାନୀୟ ପୋଲିସ ଥାନା କେଶ ନଂ ୪୮୮/୨୬ ରେ ୨୦(ବି )(ii)(ବି )ଏନ ଡି ପି ଏସ ଆକ୍ଟ ବଳରେ ମୋକଦମା ରୁଜୁ କରି ଗଞ୍ଜାଇ ଚୋରା କାରବାର ଅଭିଯୋଗରେ ରାଜନଗର ଅଂଚଳର ସଞ୍ଜୟ ଚନ୍ଦାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛିI

Leave A Reply

Your email address will not be published.