୭. ୭ କୋଟି ଟଙ୍କା ବ୍ୟୟରେ ଅଣ୍ଢରା ଗ୍ରାମ୍ୟ ରାସ୍ତା ନିର୍ମାଣ ଶିଳାନ୍ୟାସ !

0

ପଟ୍ଟାମୁଣ୍ଡାଇ ୧୧/୧୧ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଗ୍ରାମର ୫କିମି ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୭.୭କୋଟି ଟଙ୍କା ମଂଜୁର କରାଯାଇଛି। ଏହି ବହୁପ୍ରତୀକ୍ଷିତ ରାସ୍ତାର ଶିଳାନ୍ୟାସ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟ ଦର୍ଶନୀ ତରାଇ ଯୋଗଦେଇ ଭିତ୍ତିପ୍ରସ୍ତର ଅନାବରଣ କରିଥିଲେ।

ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲା ଵିଜେଡି ସଭାପତି ଶିବ ପ୍ରସାଦ ଭଳ, ସ୍ଥାନୀୟ ସରପଞ୍ଚ କଳ୍ପନା ଯେନା ଓ ସମିତି ସଭ୍ୟ ଅଭୟ ସ୍ୱାଇଁ ଯୋଗଦେଇ ଥିଲେ। ଯୁବନେତା ମଣ୍ଟୁ ସ୍ୱାଇଁ ସ୍ୱାଗତ ବକ୍ତବ୍ୟରେ ଅଣ୍ଢରା ଗ୍ରାମର ଦୀର୍ଘଦିନର ଦାବିକୁ ବିଧାୟକ ପୂରଣ କରିଥିବାରୁ ଗାଁ ତରଫରୁ କୃତଜ୍ଞତା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ ନିରଞ୍ଜନ ସୁନ୍ଦରାୟ, ସଂଜୀବ କୁମାର ମଲ୍ଲିକ,ଉଲ୍ଲାସ ଚନ୍ଦ୍ର ମଲ୍ଲିକ,ବିଶ୍ୱରଂଜନ ପରିଡା,ସୌଭାଗ୍ୟ ରଞ୍ଜନ ମଲ୍ଲିକ,ରଂଜିତ ରଞ୍ଜନ ସ୍ୱାଇଁ, ଅଧିକାରୀ ଯେନା ପ୍ରମୁଖ ପରିଚାଳନା କରିଥିବାବେଳେ ଅଣ୍ଢରା ସୋସାଇଟି ସଭାପତି ବୃନ୍ଦାବନ ମଲ୍ଲିକ,ପେଣ୍ଠପାଳ ସୋସାଇଟି ସଭାପତି ଧନେଶ୍ୱର ପ୍ରଧାନ,ଜନ୍ମେଜୟ ମଲ୍ଲିକ, ପିତାମ୍ବର ମଲ୍ଲିକ, ତୁଷାରକାନ୍ତ ମଲ୍ଲିକ, ନରେନ୍ଦ୍ର ବଳ, ସରୋଜ କୁମାର ମଲ୍ଲିକପ୍ରମୁଖ ଉପସ୍ଥିତଥିଲେ।

Leave A Reply

Your email address will not be published.