ବନ୍ୟା ପ୍ରଭାବିତ ୧୩୦ ପରିବାରକୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ଭଞ୍ଜନଗର : ବାତ୍ୟା ଅର୍ଣ୍ଣବ ଓ ବନ୍ୟାର ବିଭୀଷିକା ପରେ ଭଞ୍ଜନଗର ବ୍ଲକର ଅଧିକାଂଶ ପଞ୍ଚାୟତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବଡ଼କୋଦଣ୍ଡାଛକ ନିକଟସ୍ଥ ମଶାଣି ସାହିରେ ୩୦ ପରିବାର, ନାହାତୋଟା ସାହି ନିକଟସ୍ଥ ଚୁନଭାଟି ସାହିରେ ୫୦ ପରିବାର ଏବଂ ନାହାତୋଟା ସାହିର ୫୦ ପରିବାରକୁ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ବିଭିନ୍ନ ପ୍ରକାର ପୋଷାକ ଓ ରିଲିଫ୍‍ ସାମଗ୍ରୀ ଆବଶ୍ୟକ ଅନୁଯାୟୀ ବଣ୍ଟନ କରାଯାଇଥିଲା। ପରିବାରର ସମସ୍ତ ସଦସ୍ୟଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିବାବେଳେ ଚୁଡ଼ା, ଚିନି, ଅମୁଲ, ସୋୟା ବଢ଼ି, ବିସ୍କୁଟ, ତେଲ, ସାବୁନ ଓ ବ୍ରେଡ଼ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ସଭାପତି ଡକ୍ଟର ସଂଯୁକ୍ତା ପଣ୍ଡା, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା, ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ, ସହ ସମ୍ପାଦିକା ରଞ୍ଜୁଲତା ବେହେରା, ସାଂସ୍କୃତିକ ସମ୍ପାଦିକା ପ୍ରଣତି ପାଣିଗ୍ରାହୀ, ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା ସମେତ ଡକ୍ଟର ଉଷା ପାଢ଼ୀ, ଶର୍ମିଷ୍ଟା କୁମାରୀ ବେହେରା, ଆଶାଲତା ବେହେରା, ଏସ୍‍.ଦୁର୍ଗା ମାଧବ ଆଚାରୀ ସହଯୋଗ କରିଥିଲେ। ଆଗାମୀ ଦିନରେ ଆହୁରି ଅଧିକ ପରିବାରକୁ ଏହିପରି ସହଯୋଗ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ବେବର୍ତ୍ତା ପ୍ରକାଶ କରିଛନ୍ତି।ରିପୋର୍ଟ-ସନାତନ ମହାକୁଡ଼।

Comments are closed.