ଧୋୟାଞ୍ଚଳରେ କାଳିମୁଣ୍ଡି ପୋକ ବ୍ୟାପକ ବିରି ଫସଲହାନି:ଚାଷି ମୁଣ୍ଡରେ ହାତ!

*ବିଧାୟକଙ୍କ ହସ୍ତକ୍ଷେପ ପରେ କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ

0

ପଟ୍ଟାମୁଣ୍ଡାଇ୨୯/୧୦:  ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଞ୍ଚଳର ମୁଖ୍ୟ ଅର୍ଥକରି ଫସଲ ଭାବରେ ରବି ଜାତୀୟ ଫସଲ ବିରି ଫସଲକୁ ବୁଝାଇଥାଏ । ଚଳିତବର୍ଷ ବାରମ୍ବାର ବନ୍ୟା ପରେ ବନ୍ୟା ଆସିବା ପରେ ଚାଷୀ ବିଭିନ୍ନ ଫସଲ ହରାଇ ସର୍ବସ୍ୱାନ୍ତ ହୋଇଥିଲେI ତେଵେ ଚାଷୀମାନେ ଅଣ୍ଟା ସଳଖି ଅକ୍ଟୋବର ପ୍ରଥମ ସପ୍ତାହରେ ପାରମ୍ପରିକ ବିରି ଚାଷ ଆରମ୍ଭ କରିଥିଲେ। ବିଭିନ୍ନ ଗାଁରେ ଉନ୍ନତମାନର ଭଲ ବିରି ଗଛ ଲଗା ଯାଇଥିଲା I ବିରି ଗଛ ଲାଗିବାର ଠିକ ୧ ସପ୍ତାହ ପରେ ବିରି ଫସଲର ମୁଖ୍ୟ ଶତ୍ରୁ କାଳିମୁଣ୍ଡି ପୋକର ଆକ୍ରମଣ ଆରମ୍ଭ ହୋଇଗଲାI ପ୍ରଥମେ ଏହି ପୋକ ପଡିଆ ବିଲ, ଦଣ୍ଡା ଗୋଚର, ଖେଳ ପଡିଆରେ ଆରମ୍ଭ ହୋଇ ସମୟକ୍ରମେ ବିରି କିଆରୀରେ ପହଂଚିଗଲା I ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା, ଅମୃତମଣୋହିଁ, ବଲୁରିଆ, ପେଣ୍ଠପାଳ, ସିଂହଗାଁ, ତରଡ଼ିପାଳ ଓ ଅଳପୁଆ ଆଦି ୭ଟି ପଞ୍ଚାୟତ ର ପ୍ରତ୍ୟେକ ଗାଁରେ ଥିବା ଶହ ଶହ ଏକର ଚାଷ ଜମିରେ ହୋଇଥିବା ବିରି ଫସଲ କାଳିମୁଣ୍ଡି ପୋକ ଆକ୍ରମଣରେ ବ୍ୟାପକ ବିରି ଫସଲ ନଷ୍ଟ ହୋଇଗଲା I ତେଵେ କାଳିମୁଣ୍ଡି ପୋକ ଗାଁ ରାସ୍ତାରେ ବୁଲିବା ଭଳି ପରିସ୍ଥିତି ଦେଖିବାକୁ ମିଳିଲା।

ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ କୃଷି ଅଧିକାରୀମାନେ ବିଭିନ୍ନ ଗାଁକୁ ଆସି ବିରି ଫସଲ ରକ୍ଷା ପାଇଁ କୀଟନାଶକ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ କାଳିମୁଣ୍ଡି ପୋକ, ନାଉଡ଼ି ପୋକ ଓ ବୋଡାପୋକ ବହୁ ପରିମାଣରେ ସୃଷ୍ଟି ହୋଇଥିବାରୁ ଶହ ଶହ ଏକର ବିରି ଫସଲକୁ ଖାଇ ସଫା କରିଦେଲେ। କାଳିମୁଣ୍ଡି ପୋକ ଯୋଗୁଁ ଅଳପୁଆ, ତରଡିପାଳ, ସିଂହଗାଁ ପଞ୍ଚାୟତରେ ବିରି ଫସଲ ସମୂଳେ ନଷ୍ଟ ହୋଇଯାଇଛିI ଏଭଳି ପରିସ୍ଥିତିରେ ଅଣ୍ଢରା, କୃଷ୍ଣଦାସପୁର ଓ ଦାଣ୍ଡିସାହି ଗାଁର ବହୁ ଚାଷୀ ବ୍ୟତିବ୍ୟସ୍ତ ହୋଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କୁ ଭେଟି ଅବଗତ କରିଥିଲେ I ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଦ୍ୱାରା ଆହୁତ ଉଚ୍ଚସ୍ତରୀୟ ବୈଠକରେ ବିଧାୟକ ଶ୍ରୀ ବେହେରା ଧୋୟାଞ୍ଚଳରେ କାଳିମୁଣ୍ଡି ପୋକ ଉପଦ୍ରଵ ଯୋଗୁଁ ବ୍ୟାପକ ବିରି ଫସଲହାନି ଘଟିବା ଯୋଗୁଁ ଚାଷୀଙ୍କ ଦୁର୍ଦଶା ଓ ଏହାର ପ୍ରତିକାର ପାଇଁ ଦୃଢ ଦାବି ଉପସ୍ଥାପନ କରିଥିଲେ I ଶେଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ନିର୍ଦେଶରେ କେନ୍ଦ୍ରାପଡ଼ା ଅତିରିକ୍ତ କୃଷି ଅଧିକାରୀ ସନ୍ଧ୍ୟାରାଣୀ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରୀ ସୁଶ୍ରୀ ସରୋଜିନୀ, କେଭିକେ ବୈଜ୍ଞାନିକ ଗାୟତ୍ରୀ ସାହୁ ସାହୁ,ସହକାରୀ କୃଷି ଅଧିକାରୀ ସ୍ବପ୍ନ ସୋନାଲି ମହାପାତ୍ର ଓ ପଙ୍କଜ ମଲ୍ଲିକ ଗୁରୁବାର କ୍ଷେତ୍ର ପରିଦର୍ଶନରେ ଆସି ଅଣ୍ଢରା ଭେଡା ପରିଦର୍ଶନ କରିଛନ୍ତି I ଚାଷୀମାନେ ଅତ୍ୟନ୍ତ ଦୁଃଖର ସହିତ ଅଧିକାରୀମାନଙ୍କୁ କାଳିମୁଣ୍ଡି ନଷ୍ଟ କରିଥିବା କିଆରି ସହିତ ପୋକ ଆକ୍ରମଣରୁ ବର୍ତି ଯାଇଥିବା ବିରି ଫସଲ କିଆରି ଅଧିକାରୀମାନଙ୍କୁ ଦେଖାଇଥିଲେ I କୃଷି ବିଭାଗ ଅଧିକାରୀ ମାନେ ପର୍ଯ୍ୟାୟକ୍ରମେ ସବୁ ଗାଁକୁ ଯାଇ ଚାଷୀ ସମସ୍ୟା ଅନୁଧ୍ୟାନ କରିବାକୁ ପ୍ରତିଶୃତି ଦେବା ସହିତ କୀଟନାଶକ ପକାଇବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସ୍ତରୀୟ କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ପେଣ୍ଠପାଳ ସୋସାଇଟି ସଭାପତି ଧନେଶ୍ୱର ପ୍ରଧାନ, ଅଣ୍ଢରା ସୋସାଇଟି ସଭାପତି ବୃନ୍ଦାବନ ମଲ୍ଲିକ, ସମବାୟବିତ୍ ଚିତ୍ତରଞ୍ଜନ ମଲ୍ଲିକ, ଅଗ୍ରଣୀ କୃଷକ ରଂଜିତ ମଲ୍ଲିକ,ଉଲ୍ଲାସ ମଲ୍ଲିକ ବିକ୍ରମ ମଲ୍ଲିକ ବିଶ୍ୱରଂଜନ ପରିଡା, ଏକାଦଶୀ ସେଠୀ , ନଣ୍ଡା ସେଠୀ ସିପୁ ମଲ୍ଲିକ,ବୁଦୁନା ମଲ୍ଲିକ ଓ କୃଷକସାଥୀ ଅଲେଖ ଚନ୍ଦ୍ର ମଲ୍ଲିକ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.