ତାଲୁକ ଆଇନ ସେବା ସମିତି ପକ୍ଷରୁ ଶିଶୁ ସୁରକ୍ଷା ଅଭିଯାନ
ପଟ୍ଟାମୁଣ୍ଡାଇ୩୧/୧୦ : ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଶିଶୁ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ସଭାପତି ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ନିର୍ଦେଶରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ବକ୍ତାରପୁର ଉଚ୍ଚବିଦ୍ୟାଳୟ ଠାରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ସବଜଜ ଅପୂର୍ବା ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭା ରେ ସରକାରୀ ଓକିଲ ସୁରେଶ କୁମାର ନରେନ୍ଦ୍ର, ବରିଷ୍ଠ ଆଇନ ଜୀଵୀ ହୃଦାନନ୍ଦ ମହାନ୍ତି, ହାଇସ୍କୁଲ ପ୍ରଧାନଶିକ୍ଷକ ସର୍ବେଶ୍ୱର ପତି ଯୋଗ ଦେଇ ଶିଶୁ ମାନଙ୍କ ସ୍ୱାଧୀନତାର ସୁରକ୍ଷା ତଥା ହେଉଥିବା ଅତ୍ୟାଚାର ରୋକିବା ଦିଗରେ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହିତ ସଚେତନତା ସୃଷ୍ଟି କରିଥିଲେI ସମ୍ପ୍ରତି ସାମାଜିକ ଅବକ୍ଷୟ ଯୋଗୁଁ ଶିଶୁଙ୍କ ସୁରକ୍ଷା ବିପନ୍ନ ଓ ଶିଶୁ ଅତ୍ୟାଚାର ଓ ଯୌନ ଶୋଷଣ ଆଦି ସଚେତନତା ମାଧ୍ୟମରେ ରୋକାଯାଇ ପାରିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମତପ୍ରକାଶ କରିଥିଲେ Iସରକାରୀ ଓକିଲ ଧିରେନ୍ଦ୍ର ନାଥ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ I ଶେଷରେ ଆଇନଜୀବି ମନୋଜ କୁମାର ନାୟକ ଧନ୍ୟବାଦ ଦେଇଥିଲେ I ଏହି ସଚେତନତା ସଭାରେ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଲିଗାଲ ଏଡ଼ କର୍ମକର୍ତା ଅପର୍ଣ୍ଣା ସାମଲ ଓ ସଭ୍ୟ/ସଭ୍ୟାମାନେ ଯୋଗ ଦେଇଥିଲେ I