ସମର୍ଥକଙ୍କ ସହିତ ବିଭିନ୍ନ ପୂଜା ମଣ୍ଡପ ଵୁଲିଲେ ବିଧାୟକ ! ପୂଜା କମିଟି ପକ୍ଷରୁ ଉଚ୍ଚ୍ଵୋସୀତ ସମ୍ବର୍ଦ୍ଧନା

0

କେନ୍ଦ୍ରାପଡ଼ା ୩୦/୧୦ : କେନ୍ଦ୍ରାପଡ଼ାର ଗଣପର୍ବ ତଥା ସମଗ୍ର ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ଗଜଲକ୍ଷ୍ମୀ ପୂଜା ମହା ଆଡ଼ମ୍ବରରେ ଆଗେଇ ଚାଲିଛି।ପୂଜା ମଣ୍ଡପ ମାନଙ୍କରେ
ରଙ୍ଗବେରଙ୍ଗର ସାଜସଜ୍ଜା ସାଙ୍ଗକୁ ବଡ଼ ବଡ଼ ତୋରଣରେ ମା’ଙ୍କ ମଣ୍ଡପ ଝଲସି ଉଠୁଛି। ଜିଲ୍ଲାର ବିଭିନ୍ନ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି।

ଆଜି ପବିତ୍ର ଗୁରୁବାର ମା’ଙ୍କ ବାରରେ ବିଧାୟକ ଗଣେଶ୍ଵର ବେହେରା ଓ ତାଙ୍କ ଶହ ଶହ ସମର୍ଥକ ମାନଙ୍କ ସହିତ ପୂଜା ମଣ୍ଡପ ଵୁଲି ମା’ଙ୍କ ନିକଟରେ ଆର୍ଶୀବାଦ ଭିକ୍ଷା କରିଛନ୍ତି। ବିଭିନ୍ନ ପଞ୍ଚାୟତର ନେତୃମଣ୍ଡଳୀ ଓ ବିଜୁଜନତା ଦଳର କର୍ମୀମାନେ ସାମିଲ ହୋଇଥିଲେ। ସମସ୍ତ ପୂଜା କମିଟି ପକ୍ଷରୁ ବିଧାୟକ ଶ୍ରୀ ବେହେରାଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.