ତାଣ୍ଡବ ରଚିବ ‘ଅର୍ଣ୍ଣବ’ ; ବଡ଼ କ୍ଷତି ଘଟିବାର ସମ୍ଭାବନା-IMD DG

0

ଭୁବନେଶ୍ୱର : ଆରମ୍ଭ ହେଲାଣି ଅର୍ଣ୍ଣବ ପ୍ରଭାବ। ସମୁଦ୍ରରୁ ସ୍ଥଳଭାଗ ଗର୍ଜୁଛି ‘ଅର୍ଣ୍ଣବ’। ଥରୁଛି ଉପକୂଳ। କାଲି ଆନ୍ଧ୍ରରେ ଉପକୂଳ ଛୁଇଁ ତାଣ୍ଡବ ରଚିବ ବାତ୍ୟା। ଉପକୂଳ ମୁହାଁ ସହ ଦେଖାଇଲାଣି ପ୍ରକୋପ। ଘଣ୍ଟାକୁ ୨୦ କିମି ବେଗରେ ମାଡୁଛି ବାତ୍ୟା।

ବାତ୍ୟା ପ୍ରଭାବ ନେଇ ସତର୍କ କରାଇଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଇଏମଡି ଡିଜିଙ୍କ ସୂଚନାନୁସାରେ ‘କାଲି ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ’। ‘ବାପଟଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ’। ‘ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୨୫ରୁ ୧୩୫ କିମି ରହିବ’। ‘ଝଟ୍‌କା ପବନର ବେଗ ୧୫୦ କିମି ପର୍ଯ୍ୟନ୍ତ ରହିବ’। ‘ତେଣୁ ଏହି ପବନରେ ବଡ଼ କ୍ଷତି ଘଟିବାର ସମ୍ଭାବନା ରହିଛି’। ‘ରେଳ, ବିମାନ, ସଡ଼କ ପଥରେ ଯାତାୟାତ ପ୍ରଭାବିତ ହେବ’। ‘ବଡ଼ ଗଛ ଭାଙ୍ଗିବ, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବ’। ‘ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦ କିମି ପର୍ଯ୍ୟନ୍ତ ପବନ ବହିବ’। ‘ଉତ୍ତର ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ’।
ସମୁଦ୍ରରୁ ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ। ୨୦ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢୁଛି। ସମୁଦ୍ରରୁ ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ। ଗୋପାଳପୁର ଠାରୁ ଦକ୍ଷିଣରେ ୩୭୦ କିମି ଦୂରରେ ଆସୁଛି ଅର୍ଣ୍ଣବ। କାଲି ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର। ତେଣୁ ୨୮ ଓ ୨୯ ତାରିଖ ଦିନ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦେଲେ ଆଇଏମ୍‌ଡି ଡିଜି।

Leave A Reply

Your email address will not be published.