ବରୋଦା, ତାରିଖ ୨୪.୧୦.୨୦୨୬:ଓଡ଼ିଆ ସମାଜ ସାର୍ବଜନୀକ ଦୁର୍ଗାପୂଜା କମିଟି, ବରୋଦା ଦ୍ଵାରା ନବମ ବର୍ଷର ମହା ମହୋତ୍ସବ ଶାରଦୀୟ ଦୁର୍ଗା ପୂଜା ଶୃଙ୍ଖଳିତ ଭାବେ ତାରିଖ ୧୬.୧୦.୨୦୨୬ ରୁ ୨୧.୧୦.୨୦୨୬ ପର୍ଯ୍ୟନ୍ତ ପାଳନ ହୋଇ ଯାଇଛି।
ଏହି ମହୋତ୍ସବ ରେ ହଜାର ହଜାର ଶ୍ରଦ୍ଧାଳୁ ଭାଗ ନେଇ ମାଆ ଦୁର୍ଗା ଙ୍କ ଆଶୀର୍ବାଦ ଲାଭ କରିଥିଲେ। ଓଡ଼ିଆ ପଣ୍ଡିତ ମାନଙ୍କ ଦ୍ଵାରା ଷଷ୍ଠୀ ଠାରୁ ପୂଜା ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ହୋଇଥିଲା।

ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଅପରାହ୍ନ ଓ ରାତ୍ରୀରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ସୁଚାରୁ ବ୍ୟବସ୍ଥା କରାଯାଇଥିଲା।
ଏହି ମହୋତ୍ସବ ରେ କେବଳ ଓଡ଼ିଆ ନୁହେଁ ଅନ୍ୟ ଭାଷା ଭାଷୀ ସମାଜ ମଧ୍ୟ ଭାଗ ନେଇ ଥିଲେ।
ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦମୟ ଥିଲା। ଏଥିରେ ମାଆ ଦୁର୍ଗା ଙ୍କ ଆଗରେ ଗରବା ମଧ୍ୟ ଆୟୋଜିତ ହୋଇ ଥିଲା।
ମାଆ ଙ୍କ ପାଖରେ ଆରତୀ, ପୁଷ୍ପାଞ୍ଜଳି, ହୋମ, ଚଣ୍ଡୀ ପାଠ ସମସ୍ତଙ୍କୁ ବିମୋହିତ କରିଥିଲା। କନ୍ୟା ପୂଜା ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା।
ସମାଜକୁ ପୂଜା ଶୃଙ୍କଳିତ ଭାବେ ସମ୍ପନ୍ନ ହେବାରେ ସାହାଯ୍ୟ କରିଥିବା ବରୋଦା ପ୍ରଶାସନିକ ବିଭାଗ ର ଦାୟିତ୍ଵ ଅବର୍ଣ୍ଣନୀୟ ଥିଲା।
ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସାହାଯ୍ୟ କରିଥିବା ସମସ୍ତ ସେବାକାରୀ ମାନଙ୍କୁ ଆନ୍ତରିକ ଧନ୍ୟବାଦ୍।
ଅନ୍ୟ ଭାଷା ଭାଷୀ ସମାଜ , ଓଡ଼ିଆ ସମାଜ ସାର୍ବଜନୀକ ଦୁର୍ଗା ପୂଜା କମିଟିକୁ ଭୂରି ଭୂରି ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଓଡ଼ିଆ ସମାଜର ଉତ୍ତରୋତ୍ତର କାମନା କରିଥିଲେ।