ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ

0

ଭୁବନେଶ୍ୱର ତା ୨୧.୧୦. ରିଖ ; ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବି.ଏମ୍. ଫାଉଣ୍ଡେସନ ପକ୍ଷରୁ ନିକଟରେ ଏଠାରେ ନବ ଉତ୍ସବ ମହା ସମାରୋହରେ ଆୟୋଜନ କରାଯାଇଛି। ଏହି ଉପଲକ୍ଷେ ଉତ୍ସବ ସ୍ଥଳ ୟୁନିଟ୍-୪ସ୍ଥିତ ହୋଟେଲ୍ ଓଷ୍ଟ୍ରା କୁ ଖୁବ ସୁନ୍ଦର ଭାବେ ସଜା ଯାଇଥିବା ଦେଖାଯାଇଥିଲା। “ମହିଳାଙ୍କ ପାଇଁ, ମହିଳାଙ୍କ ଦ୍ୱାରା” ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଦ୍ୱାରା ନବରାତ୍ର ଅବସରରେ ଦାଣ୍ଡିଆ ନାଚର ଅପୂର୍ବ ଓ ଅନନ୍ୟ ପରିବେଷଣ ଦେଖିବାକୁ ମିଳିଥିଲା।

ରଙ୍ଗାରଙ୍ଗ ଉତ୍ସବମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ଦାଣ୍ଡିଆ ସନ୍ଧ୍ୟାରେ ଲାଇଟ୍ ଟ୍ରଷ୍ଟ ଓ କୁଟି କିଡ୍ସ କଲଚରାଲ୍ ସେଣ୍ଟରର ସଦସ୍ୟା ମାନେ ଧୁମ ଧାମରେ ‘ଗର୍ବା କୁଇନ୍ ଷ୍ଟେଜ୍ ଶୋ’ ମଞ୍ଚସ୍ଥ କରିଥିଲେ। ଏହି ଅବସରରେ ଆୟୋଜିତ ‘ଗର୍ବା ଏମ୍ପ୍ରେସ୍’, ‘ବେଷ୍ଟ ଡ୍ରେସ୍‌ଡ୍ ଦିଭା’, ‘ଟ୍ୱିର୍ଲିଂ କୁଇନ୍’, ‘ଗ୍ରେସଫୁଲ୍ ଗ୍ରୁଭର୍’ ଓ ‘ଗର୍ବା ଷ୍ଟାର୍’ ଆଦି ପ୍ରତିଯୋଗିତାରେ ବିଜେତା ମହିଳା ମାନଙ୍କୁ ସ୍ୱତନ୍ତ୍ର ଉପାଧିରେ ଭୂଷିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡ଼ଃ ପ୍ରକାଶ ଶ୍ରୀଚନ୍ଦନ, ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତ୍ରୀ ଡ଼ଃ ରୋଜାଲିନ ପାଟ୍ଟଶାଣୀ ଏବଂ ବି.ଏମ୍. ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ଼ଃ ବ୍ରଜ ପଣ୍ଡା ପ୍ରମୁଖ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ନାରୀ ଶକ୍ତି ଜାଗରଣ ଓ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ବି.ଏମ୍. ଫାଉଣ୍ଡେସନ୍‌ର ପ୍ରତିଷ୍ଠାତ୍ରୀ ସମ୍ପାଦକ ମୀରା ମିଶ୍ର ଏବଂ କୁଟି କିଡ୍ସ କଲଚରାଲ୍ ସେଣ୍ଟରର ପ୍ରତିଷ୍ଠାତ୍ରୀ ସଞ୍ଜୁକ୍ତା ପଣ୍ଡାଙ୍କର ସକ୍ରୀୟ ତତ୍ତ୍ୱାବଧାନରେ ଉତ୍ସବଟି ବେଶ ସଫଳ ହୋଇଥିଲା। ମିସି କୁଇନି ପଣ୍ଡା ସାଂସ୍କୃତିକ ସନ୍ଧ୍ୟାକୁ ସୁଚାରୁ ରୂପେ ସଂଚାଳନା କରିଥିଲେ।

Leave A Reply

Your email address will not be published.