ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କଲେ ବିଧାୟକ ଗଣେଶ୍ଵର ବେହେରା
ପଟ୍ଟାମୁଣ୍ଡାଇ ୧୯/୧୦ : ଆଜି ମା’ଙ୍କ ଅଷ୍ଟମୀ ପୂଜା ଅବସରରେ ବିଧାୟକ ଗଣେଶ୍ଵର ବେହେରା ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନକରି ଆର୍ଶୀବାଦ ଭିକ୍ଷା କରିଛନ୍ତି।ପୂଜା ମଣ୍ଡପ ମାନଙ୍କରେ ବିଧାୟକ ଶ୍ରୀ ବେହେରାଙ୍କୁ ଉତ୍ତରୀୟ ପକାଇ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ। ବିଧାୟକ ଶ୍ରୀ ବେହେରା ବୁଲିବା ସମୟରେ ଆଇଆଇସି ମାନସ ମଲ୍ଲିକଙ୍କ ସହିତ ଆଇନ ଶୃଙ୍ଖଳା ଉପରେ ଆଲୋଚନା କରିଥିଲେ ବିଧାୟକ ପୂଜା ମଣ୍ଡପ ବୁଲିବା ସମୟରେ ବିଜୁଜନତା ଦଳର କର୍ମୀମାନେ ଓ ତାଙ୍କର ବହୁ ଶୁଭେଚ୍ଛୁ ଶ୍ରୀ ବେହେରାଙ୍କ ସହିତ ଯୋଗଦେଇ ମା’ଙ୍କ ପୂଜା ମଣ୍ଡପ ବୁଲିଥିଲେ।


ସେମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବିଜୁଜନତା ଦଳର ନଗର ସଭାପତି ଖଗେଶ୍ୱର ଲେଙ୍କା, ଜିଲ୍ଲା ସମ୍ପାଦକ ଅମୂଲ୍ୟ
ପ୍ରଧାନ, କାଉନସିଲର ମଳୟ ଓଝା,ସାମ୍ବାଦିକ ଲକ୍ଷ୍ମୀଧର ବାରିକ, ବିଜୟ ପରିଡା,ବରିଷ୍ଠ ବିଜେଡି ନେତା ଶୌରେନ୍ଦ୍ର ବେହେରା,ଵାପି ସାମଲ,ଡିହାପଡା ବିଜୁଜନତା ଦଳ ପଞ୍ଚାୟତ ସଭାପତି ଜଗନ୍ନାଥ ପ୍ରଧାନ, ବିଜେଡ଼ି ନେତା ସଞ୍ଜୟ ଲେଙ୍କା,ଅଭୟ ଜେନା, ସୌମ୍ୟରଞ୍ଜନ ସାହୁ, ସୋମେନ୍ଦ୍ର ନାୟକ, ସୋମେଶ ପାତ୍ର, ସୌମ୍ୟରଞ୍ଜନ ଦାସ, ପ୍ରଶାନ୍ତ ନାୟକ, ସୁବ୍ରତ ଦାସ, ରାମଚନ୍ଦ୍ର ରାଉତ,ସୋମେନ୍ଦ୍ର ଦାସ,(ଟିଟନ) ବିଦ୍ୟାଧର ନାୟକ, କାଳନ୍ଦୀ ଲେଙ୍କା, ସୁଶାନ୍ତ ପରିଡା, ମୃତ୍ୟୁଞ୍ଜୟ ଦାସ, ଚନ୍ଦ୍ରକାନ୍ତ ନନ୍ଦ, ବିଶ୍ଵଜିତ ସାହୁ, ସନ୍ତୋଷ ସାହୁ,ଦିଶେ ସାହୁ, ଶୁଭ୍ର ରଞ୍ଜନ ନାୟକ ପ୍ରମୁଖ ବିଧାୟକ ଗଣେଶ୍ଵର ବେହେରାଙ୍କ ସହିତ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଥିଲେ।