ମା’ ଦୁର୍ଗାଙ୍କ ସ୍ତୁତି

0

ମା’ ଦୁର୍ଗାଙ୍କ ସ୍ତୁତି
ଅମରନାଥ ବାରିକ୍

ସ୍ତୁତି ପାଠ କରୁଛି ମୁଁ ପାଦ ତଳେ ତୋର ।
ତୋ ବିନୁ ଯେ ଅନ୍ୟ ଗତି କିଛି ନାହିଁ ମୋର ।।
ଖଣ୍ଡା ଖର୍ପର ଧାରିଣୀ ତୁହି ଦୁର୍ଗା ମା’ ଲୋ ।
ଅଭୟ ବର ଦାୟିନୀ ସାହା ହେବୁ ତୁ ଲୋ ।।
ଜୟ ଦଶଭୂଜା ମା’ ଲୋ ଦୁର୍ଗତୀ ନାଶିନୀ ।
ଜୟ ଜୟ ଶିବା ଶକ୍ତି ଅସୁର ମର୍ଦ୍ଧିନି ।।
ରାମ ଗଲେ ବନ ବାସ ତୋର ପାଦ ପୂଜି ।
ଦେଲୁ ତୁ ବିଜୟ ଟୀକା ପିନ୍ଧେଇ ବିରାଜି ।।
ତୋର ଦୟା ବଳେ ମା’ ଲୋ ମିଳେ ସବୁ ଶାନ୍ତି ।
ତୋର କୋପ ଦୃଷ୍ଟି ହେଲେ ସଭିଏଁ ମରନ୍ତି ।।
ଦଶ ହାତେ ଧରି ଅଛୁ ଅସ୍ତ୍ର ଶସ୍ତ୍ର କେତେ ।
ବିନାଶ କରିବା ପାଇଁ ଦୃଷ୍ଟଙ୍କୁ ଯେ ଯେତେ ।।
ମହିଷାସୁରକୁ ମା’ ଲୋ କରିଲୁ ତୁ ନାଶ ।
ଭୟଙ୍କରୀ ରୂପ ନେଇ ଫିଟାଇଲୁ କେଶ ।।
ଜଗଦମ୍ବା , ରଣଚଣ୍ଡୀ , ଚଞ୍ଚଳା , ଚପଳା ।
ସହସ୍ର ନାମ ବୋଲାଉ କମଳା ମଙ୍ଗଳା ।।
ଜୟ ଜୟ ଦୁର୍ଗା ସ୍ତୁତି ହୋଇଲା ସମ୍ପୂର୍ଣ୍ଣ ।
ହାତ ଯୋଡି ନମସ୍କାର କରେ ଭାବ ପୂର୍ଣ୍ଣ ।।
ଅଜାଣତେ କରିଛି ମୁଁ ଦୋଷ ଯେତେ ମୋର ।
କ୍ଷମା କର କ୍ଷମାଦାତ୍ରୀ ଭଣୁଛି ଅମର ।।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Leave A Reply

Your email address will not be published.