ପାରଳା ଥାନା ସମ୍ମୁଖରେ ଅଟୋ ଧକ୍କାରେ XL ଚାଳକଙ୍କ ମୃତ୍ୟୁ ।

0

ଗଜପତି, 18/10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦଶ ଥାନା ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।ଏକ ଅଟୋ ଧକ୍କାରେ XL ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମର ଛପନ ବର୍ଷିୟ ପୀତାମ୍ବର ପାଣ୍ଡି ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ପୀତାମ୍ବର ନିଜ ସ୍ତ୍ରୀଙ୍କ ସହ ପରିବା ଆଣିବା ପାଇଁ କେରାଣ୍ଡି ଗ୍ରାମରୁ ପାରଳାଖେମୁଣ୍ଡି ବଜାରକୁ ଯାଉଥିଲେ। ଏହି ସମୟରେ ଅପର ପଟରୁ ଆସୁଥିବା ଏକ ଅଟୋ ଅନ୍ୟ ପଥ ଚାଳକ ମହିଳାଙ୍କୁ ବଞ୍ଚେଇବାକୁ ଚେଷ୍ଠା କରିବାକୁ ଉଦ୍ୟମ କରିଥିବା ବେଳେ XL ଗାଡ଼ି ସହ ମୁହାମୁହିଁ ଧକ୍କା ହୋଇଥିଲା। ଦୂର୍ଘଟଣା ପରେ ସ୍ଥାନୀୟ ଲୋକେ XL ଚାଳକ ଏବଂ ତାଙ୍କ ପତ୍ନୀଙ୍କୁ ପାରଳାଖେମୁଣ୍ଡି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ପୀତାମ୍ବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ପତ୍ନୀ ସୁସ୍ଥ ଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପାରଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପାରଳା ଥାନାରେ ଏକ ମକଦ୍ଦମା ରୁଜୁ କରିଥିବା ଜଣାଯାଇଛି । ମୃତ ବ୍ୟକ୍ତିଙ୍କ ମୃତଦେହକୁ ପାରଳା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଏକ ଶୋକାକୁଳ ପରିବେଶରେ କେରାଣ୍ଡି ଶଶ୍ମାନରେ ଶବ ସତ୍କାର ହୋଇଥିବା ଜଣାପଡିଛି । ଅପରପକ୍ଷରେ
ଦୂର୍ଘଟଣା ସ୍ଥଳରୁ ଅଟୋକୁ ଜବତ କରାଯିବା ସହ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖା ଯାଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.