ଓଡିଶାର ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ

0

ଭୁବନେଶ୍ୱର: ଆଜି ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଶ୍ରୀ ବ୍ରଜମୋହନ ରାମ। ଲୋକଭବନର ଅଭିଷେକ ହଲ୍ ଠାରେ ଓଡ଼ିଶା ହାଇ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ୍ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ବରିଷ୍ଠ ମନ୍ତ୍ରୀଗଣ ଯୋଗଦେଇଛନ୍ତି।ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ତଥା ରାଜ୍ୟ ବାହାରୁ ପ୍ରାୟ ୩୦୦ରୁ ଅଧିକ ବିଶିଷ୍ଟ ଅତିଥି ଯୋଗଦେଇଥିଲେ।। ରାଜ୍ୟପାଳଙ୍କ ଶପଥ ଗ୍ରହଣ ପୂର୍ବରୁ ଏବଂ ପରେ ତାଙ୍କୁ ସଶସ୍ତ୍ର ବାହିନୀ ପକ୍ଷରୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଛି। ଶପଥଗ୍ରହଣ ପରେ ସେ ବିଧବଧ ଭାବେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.