ଘରକୁ ଘର ସର୍ଭେ ପାଇଁଏକ ଦିବସୀୟ ତାଲିମ ଅନୁଷ୍ଠିତ

0

ନୟାଗଡ଼ (୧୩/୧୦) :ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷରେ ବିଡିଓ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ କବିତା ପ୍ରଧାନ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସାଧନକର୍ମୀ ଭାବରେ ସୁପରଭାଇଜର ସୁଶେନ୍ଦୁ ଷଡ଼ଙ୍ଗୀ ଓ ଦେବାଶିଷ ଦାଶ ତାଲିମ ପ୍ରଦାନ କରିଥିଲେ।ଓଡ଼ଗାଁ ବ୍ଳକର କୁରାଳ, ଗିରିଡିପଲ୍ଲୀ,କୋମଣ୍ଡ, ଗୌଡପୁଟ,ଭାଡିକିଳା,ବାଣ୍ଠପୁର,ଆରଡା ପଞ୍ଚାୟତର ବୁଥ ସ୍ତରୀୟ ଅଧିକାରୀ, ଆଶା କର୍ମୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ,ସୁପରଭାଇଜର ମୋଟ ୧୧୦ ଜଣ ତାଲିମ ନେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୨୬ ରୁ ଆରମ୍ଭ ହୋଇ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଉଦ୍ଦିଷ୍ଟ।

୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ କିଭଳି ନିର୍ଭୁଲ ଭୋଟରତାଲିକା ପ୍ରସ୍ତୁତି କରାଯିବ କେହି ଭୋଟର ଯେପରି ବାଦ୍ ନପଡିବେ ଏବଂ କେହି ଭୋଟର ଯେପରି ଦୁଇ ଯାଗାରେ ନରହିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ପ୍ରଦାନ କରାଯାଇଥିଲା।ଉକ୍ତ ତାଲିମ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଆସନ୍ତା ଅକ୍ଟୋବର ୧୬ ପର୍ଯ୍ୟନ୍ତ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ପ୍ରଦାନ କରାଯିବ।ସୁପରଭାଇଜର ରଞ୍ଜନ କୁମାର ଦାଶ ସହଯୋଗ କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼ ।

Leave A Reply

Your email address will not be published.