ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଆହ୍ବାନରେ ରା ଉଦୟଗିରି ବ୍ଲକ ସମ୍ପୁର୍ଣ୍ଣ ପ୍ରଭାବିତ ।

0

ଆର, ଉଦୟଗିରି, ୮.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଆଜି ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ହୋଇଥିବା ବେଳେ, ତାହାରି ପ୍ରଭାବ ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ବ୍ଲକର ବ୍ଲକର ଅନେକ ସ୍ଥାନ ତଥା ରା ଉଦୟଗିରି ,ମହେନ୍ଦ୍ରଗଡ ଓ ରାମଗିରି ମୂଖ୍ୟ ରାସ୍ତା ଗୁଡିକରେ ବ୍ୟାନର ବାନ୍ଧି, ରାସ୍ତାରୋକ କରି ଅନେକ କର୍ମୀଙ୍କ ରୁଣ୍ଢ ସହ ଆନ୍ଦୋଳନ ଦେଖିବାକୁ ମିଳିଛି। ଫଳରେ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ସହ ସମସ୍ତ ଦୋକାନ ବଜାର ବନ୍ଦଥିବା ଦେଖିବାକୁ ମିଳିଛି। ଏମାର୍ଜେନ୍ସି ଯଥା ମେଡିକାଲ ଓ କିଛି ପରୀକ୍ଷାର୍ଥୀଙ୍କ ଲାଗି ଯାତାୟତରେ ବ୍ୟବହୃତ ଅଟୋ ଓ ବାଇକ ଗୁଡିକୁ ଯାତାୟତ ଲାଗି ଆନ୍ଦୋଳନକାରୀ ସୁଯୋଗ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ଆନ୍ଦୋଳନ କାରୀଙ୍କ କହିବାନୁସାରେ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଖଣି ଲୁଟ,ବଢୁଥିବା ସମସ୍ତ ଦରଦାମ ଓ ଏମଏମଡିଆର ସଂଶୋଧନ ଅଧିନିୟମ ପ୍ରତ୍ୟାହାର, ଜ୍ଞାନେଶ କୁମାରଙ୍କ ବହିଷ୍କାର,ଏସଆଇଆର ରଦ୍ଦ କରିବା ପରି ଦାବିଗୁଡିକ ନେଇ ଆନ୍ଦୋଳନ କରାଯାଇଥିଲା। ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରା ଉଦୟଗିରି ପୋଲିସ ଓ ରାମଗିରି ପୋଲିସ ସଜାଗଥିବା ଓ ମୁତୟନ ଥିବା ମଧ୍ୟ ଦେଖିବାକୁ ମିଳିଛି।

Leave A Reply

Your email address will not be published.