ଗଜପତି ,୮।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଇଣ୍ଡି ଗଠବନ୍ଧନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ ପାରଳା ସହରରେ ପରିଲକ୍ଷିତ ହୋଇଛି। ବନ୍ଦକୁ ସମର୍ଥନ କରି ଇଣ୍ଡି ଗଠବନ୍ଧନର ବିଭିନ୍ନ ଦଳର ନେତା ଓ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, କଲେଜ ଓ ବ୍ୟାଙ୍କ ସମ୍ମୁଖରେ ଆନ୍ଦୋଳନ କରିଥିଲେ।ପିକେଟିଂ ଯୋଗୁଁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ଯୋଗଦେଇ ପାରିନଥିବା ଜଣାପଡ଼ିଛି। ସେହିପରି ସହରରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଦୂରଦୂରାନ୍ତକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଦୁଇଚକିଆ ସମେତ ଅନ୍ୟାନ୍ୟ ଛୋଟ ଯାନବାହାନ ଚଳାଚଳ ପ୍ରାୟତଃ ସ୍ୱାଭାବିକ ରହିଥିଲା।ବନ୍ଦ ପାଳନ ସମୟରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସମେତ ବିଭିନ୍ନ ସହଯୋଗୀ ଦଳର ନେତା ଓ କର୍ମୀମାନେ ପିକେଟିଂରେ ସାମିଲ ହୋଇଥିଲେ।ଏହି ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ ସଭାପତି ଶଙ୍କର ପ୍ରଧାନ, ଅଭିମନ୍ୟୁ ପଣ୍ଡା, ବରିଷ୍ଠ ନେତା ପି. ପାପାରାଓ, ଏସ୍. ଜନାର୍ଦ୍ଦନ ରାଓ, ଏ. ଶ୍ରୀନିବାସ ରାଓ, ସଞ୍ଜୟ ଅଧିକାରୀ, କୁନା ମାଝୀ, ତ୍ରିନାଥ ପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସମ୍ପାଦିକା ଜସ୍ମିନ୍ ଶେଖ, ସୂର୍ଯ୍ୟ ନାରାୟଣ ପାତ୍ର, ବାଲକୃଷ୍ଣ, ଶିବପ୍ରସାଦ ସାହୁ, ରାଧାକାନ୍ତ ରଥ, ମହିଳା ନେତ୍ରୀ ରଞ୍ଜିତା ପାଣିଗ୍ରାହୀ ଓ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ଦଳର ନେତା ଯୋଗ ଦେଇଥିଲେ।ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ର ପାଇଲା ମୁରଲୀକୃଷ୍ଣ, ସିପିଆଇ(ଏମ୍ଏଲ୍)ର ତିରୁପତି ଗମାଙ୍ଗ ଓ ଶ୍ରୀନୁ ବେହେରା, ସିପିଏମ୍ର ବି. ଚଳପତି ରାଓଙ୍କ ସମେତ ଇଣ୍ଡି ଗଠବନ୍ଧନର ବିଭିନ୍ନ ଦଳର ନେତା ଓ କର୍ମୀମାନେ ବନ୍ଦ ପାଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରଥିଲେ।
Sign in
Sign in
Recover your password.
A password will be e-mailed to you.