ମୋର୍ ଦେନ୍ ଇନଫ୍ ମିନିଷ୍ଟ୍ରିସ୍ ପକ୍ଷରୁ ସଚେତନତା ଶିବିର

0

ନବରଙ୍ଗପୁର, ୮/୧୦ (ଶେଖର ଖୁରା): ମୋର୍ ଦେନ୍ ଇନଫ୍ ମିନିଷ୍ଟ୍ରିସ୍, ନବରଙ୍ଗପୁର, ଓଡ଼ିଶା ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ପ୍ରଚଳିତ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସୁବିଧା ସମ୍ପର୍କରେ ଏକ ସଚେତନତା ଶିବିର ନବରଙ୍ଗପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଖଣ୍ଡୁଗୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବିଶପ୍ ଡ଼ଃ ଖ୍ରୀଷ୍ଟଦାନ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ପକ୍ଷରୁ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ରହିଥିବା ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଶ୍ରୀ ମିଲ୍ଟନ ସୁନା ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ରୋଜଗାରର ସୁଯୋଗ, ଆବାସ ଯୋଜନା ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇଥିଲେ।

ମୋର୍ ଦେନ୍ ଇନଫ୍ ମିନିଷ୍ଟ୍ରିସ୍‌ର ସଭାପତି ଶ୍ରୀ ବାବୁଲା ନାଗ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନାର ସୁଯୋଗ ନେବା ପାଇଁ ଲୋକଙ୍କୁ ଆହ୍ୱାନ କରିଥିଲେ।

ଏହି ଅବସରରେ ଶ୍ରୀ ନିତ୍ୟାନନ୍ଦ ନାଗ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବାବେଳେ ଶ୍ରୀ ସୁନାଧର ସୁନା ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବାବୁଲା ନାଗ, ଉପସଭାପତି ଶ୍ରୀମତୀ ସବିତା ନାଗ, ସମ୍ପାଦକ ଶ୍ରୀ ମିଲ୍ଟନ ସୁନା, ସହସମ୍ପାଦକ ଶ୍ରୀ ଦିଲଚାନ୍ଦ ସୁନା, କୋଷାଧ୍ୟକ୍ଷ ଶ୍ରୀମତୀ ସରସ ନାଗ, ସଭ୍ୟ ହିମାଞ୍ଚଳ ନାୟକ ଓ ରୋହିତ କର୍କରାଙ୍କ ସମେତ ପ୍ରାୟ ୨୦୦ ଜଣ ଯୋଗଦେଇଥିଲେ।

Leave A Reply

Your email address will not be published.