ଝରୀଗାଁ, ୭/୧୦ (ନକୁଳ ଭତରା): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ନୂତନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଭାବେ ଭାରତୀ ମହାନ୍ତି ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ କାଟପାଡ଼ରେ ସିଡିପିଓ ଭାବେ କାର୍ଯ୍ୟରତ ଥିଲେ। ନୂତନ ଦାୟିତ୍ୱ ଗ୍ରହଣ କରି ସେ ଝରୀଗାଁରେ ଯୋଗଦେଇଛନ୍ତି।
ଯୋଗଦାନ ଅବସରରେ ବିଭାଗୀୟ କର୍ମଚାରୀ ଓ ସହକର୍ମୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ତିଳତମା ମାଝୀ, ଜୟନ୍ତୀ ମାଝୀ, ପ୍ରାଚୀ ଦେ, ମନୀଷା କବିରାଜ, ପ୍ରଣମିତା ପଟ୍ଟନାୟକ, ପୁଲସରା ଭତ୍ରା, ଲମ୍ବୁର ଭତ୍ରା ଓ ଦମ୍ବରୁଧରଙ୍କ ସମେତ ବିଭାଗୀୟ କର୍ମଚାରୀ ଓ ସହକର୍ମୀମାନେ ଉପସ୍ଥିତ ଥିଲେ।
ନୂତନ ସିଡିପିଓଙ୍କ ଯୋଗଦାନ ପରେ ଝରୀଗାଁ ବ୍ଲକରେ ମହିଳା ଓ ଶିଶୁ ବିକାଶ ସମ୍ପର୍କିତ କାର୍ଯ୍ୟକ୍ରମ ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବିଭାଗୀୟ ମହଲରେ ଆଶା ପ୍ରକାଶ ପାଇଛି।