ଗଜପତି,୪.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପ୍ରକ୍ରିୟା ସମାପ୍ତ ହେବା ପରେ ମଧ୍ୟ ଭୋଟର ତାଲିକାରେ ଗଜପତି ଜିଲ୍ଲାର ନାମ ନଥିବା ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବାର ସୁଯୋଗ ଜାରି ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୩ ଅକ୍ଟୋବର ୨୦୨୬ର ବିଜ୍ଞପ୍ତିରେ ପ୍ରକାଶିତ ହୋଇଛି।ନିର୍ଦ୍ଦେଶ ଅନୁଯାୟୀ, ଯୋଗ୍ୟ ନାଗରିକମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଭୋଟର ତାଲିକାରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ।ବିଶେଷକରି, ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ଯଦି କୌଣସି କାରଣରୁ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଥିଲେ, ପୁନର୍ବାର ନାମ ସାମିଲ ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ପର୍କିତ ତଥ୍ୟ ଦେବା ଆବଶ୍ୟକ ହେବ ନାହିଁ। ଏଥି ସହ ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମାଆଙ୍କ ନାମ ୨୦୦୨ ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ କିମ୍ବା ଅତିରିକ୍ତ ଘୋଷଣାନାମା ମଧ୍ୟ ଦାଖଲ କରିବାକୁ ପଡ଼ିବ ନାହିଁ। ଭାରତର ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁଯାୟୀ ଫର୍ମ-୬ରୁ ଏହି ଅତିରିକ୍ତ ଘୋଷଣାନାମାକୁ ହଟାଇ ଦେଇଛନ୍ତି।ତେବେ କେବଳ ଫର୍ମ-୬ ଦାଖଲ କରିଦେଲେ ନାମ ସ୍ୱତଃସ୍ଫୂର୍ତ୍ତ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ।ଇଆରଓ, ଏଇଆରଓ ଏବଂ ବୁଥ ଲେବଲ ଅଫିସରଙ୍କ ପକ୍ଷରୁ ଆବେଦନରେ ଦିଆଯାଇଥିବା ତଥ୍ୟ ଓ ଆବଶ୍ୟକ ଦସ୍ତାବିଜର ନିର୍ଦ୍ଧାରିତ ଯାଞ୍ଚ କରାଯିବା ପରେ ଆଇନ ଓ ନିୟମ ଅନୁଯାୟୀ ନାମ ସାମିଲ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ।ଗଜପତି ଜିଲ୍ଲାର ଯୋଗ୍ୟ ନାଗରିକମାନେ ଭୋଟର ହେଲ୍ପଲାଇନ ଆପ୍ କିମ୍ବା ଭୋଟର ସର୍ଭିସେସ୍ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ରେ ମଧ ଆବେଦନ କରିପାରିବେ। ଏହା ଛଡ଼ା ନିଜ ଅଞ୍ଚଳର ବିଏଲଓ କିମ୍ବା ଏଇଆରଓ କାର୍ଯ୍ୟାଳୟରେ ଅଫଲାଇନ୍ ମାଧ୍ୟମରେ ଫର୍ମ-୬ ଦାଖଲ କରିପାରିବେ।ନିର୍ଭୁଲ, ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତ କରିବା ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଗଣତନ୍ତ୍ରରେ ଭାଗୀଦାର ହେବାର ସୁଯୋଗ ଦେବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.