ଗଜପତି, ୨ ଅକ୍ଟୋବର ୨୦୨୬(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ଏଥିସହିତ ପୂର୍ବତନ ବିଧାୟକ ସ୍ୱର୍ଗତ ଶ୍ରୀ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଡିସିସି ସଭାପତି ଶଙ୍କର ପ୍ରଧାନ, ବରିଷ୍ଠ ନେତା ସାବରା ରାଜୁ, ଅଭିମନ୍ୟୁ ପଣ୍ଡା, ବିଷ୍ଣୁ ପାଢ଼ୀ, କୁଣ ମାଝୀ, ସଞ୍ଜୟ ଅଧିକାରୀ, ଶିବ ପ୍ରସାଦ ସାହୁ, ରାଧାକାନ୍ତ ରଥ ଓ ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ଓପିସିସି ରାଜ୍ୟ ସମ୍ପାଦିକା ଜାସ୍ମିନ୍ ଶେଖ, ଯୁବ ନେତା ପାର୍ଥ ରାଜ ପାଲୋ ଏବଂ ରାଜ୍ୟ ମିଡିଆ କୋଅର୍ଡିନେଟର ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଓ କର୍ମୀମାନେ ଯୋଗଦେଇଥିଲେ।
ଉପସ୍ଥିତ ନେତା ଓ କର୍ମୀମାନେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ଆଦର୍ଶକୁ ସ୍ମରଣ କରି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ।