ପଟ୍ଟାମୁଣ୍ଡାଇ ପୂର୍ତ୍ତ ଓ ଗୃହ ଵିଭାଗ ଅଧିନସ୍ଥ ସମସ୍ତ ମୁଖ୍ୟ ରାସ୍ତାର ଶୋଚନୀୟତାକୁ ଦୃଷ୍ଟିରେ ରଖି ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସ୍ମାରକ ପତ୍ର ଆସନ୍ତା ୧୪ରେ ଵିଶାଳ ଗଣଧାରଣା
ପଟ୍ଟାମୁଣ୍ଡାଇ ୧/୧୦: ପଟ୍ଟାମୁଣ୍ଡାଇ ପୂର୍ତ୍ତ ଓ ଗୃହ ଵିଭାଗ ଅଧିନସ୍ଥ ସମସ୍ତ ମୁଖ୍ୟ ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି। ଆଗକୁ ଭାରତ ଵର୍ଷର ଗଣପର୍ବ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପଟ୍ଟାମୁଣ୍ଡାଇ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଉଲ୍ଲେଖ ମୁତାବକ , ପଟ୍ଟାମୁଣ୍ଡାଇ ଠାରୁ ଵେଲପାଳ ରାସ୍ତା ଭାୟା-ମାଳିପୁର ବ୍ରାହ୍ମଣୀ ନଦୀ ବନ୍ଧ ରାସ୍ତା, ପଟ୍ଟାମୁଣ୍ଡାଇ ଠାରୁ ରାଜନଗର ତଳ ରାସ୍ତା,ଅଳଭା ଠାରୁ ଗଣ୍ଡାକିଆ ଉଭୟ ପାର୍ଶ୍ବ ରାସ୍ତା,ଅଳଭା ଠାରୁ ଦୋଷିଆ ରାସ୍ତା,ଗୁଣ୍ଠି ଠାରୁ ଚହଳିଵାଙ୍କ ରାସ୍ତା,ଆରଡପଲ୍ଲୀ ଠାରୁ ଵାଵର ରାସ୍ତା, ପଟ୍ଟାମୁଣ୍ଡାଇ ଠାରୁ ବକ୍ତାରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ମରଣଯନ୍ତାରେ ପରିଣତ ହୋଇଛି।

ଯଦିଚ ଆସନ୍ତା ୧୩/୧୦ ସୁଦ୍ଧା ଅଭିଯୋଗ ମୁତାବକ ପଦକ୍ଷେପ ନିଆ ନଯାଏ ତାହାହେଲେ ଆସନ୍ତା ୧୪/୧୦ରେ କଂଗ୍ରେସ ପକ୍ଷରୁ ଵିଶାଳ ଗଣଧାରଣା ଦିଆଯିବ ବୋଲି ନଗର କଂଗ୍ରେସ ସଭାପତି ତପନ କୁମାର ପାତ୍ରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା କାଉନସିଲର ସମ୍ରାଟ କେଶରୀ ଜେନା, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶ,ମଳୟ ଦାଶ, ମାନସ ମହାନ୍ତି , ସର୍ବେଶ୍ଵର ସେଠୀ, କୁଳମଣି ମଲ୍ଲିକ, ରଶ୍ମି ରଞ୍ଜନ ପୁହାଣ, ବିଶ୍ଵନାଥ ବାରିକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।