କାଶୀନଗରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0

ଗଜପତି,୧.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଶୀନଗରର ସହଯୋଗରେ ବୁଧବାର ଏକ ଆଇନ ସଚେତନତା କାର୍ଯ୍ୟକ୍ରମ କାଶୀନଗରସ୍ଥିତ ତ୍ରିନାଥ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା।ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏବଂ ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅମ୍ଲ ଆକ୍ରମଣ ,କ୍ଷତିପୂରଣ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା ଓ ଦଣ୍ଡ ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା, ସୋସିଆଲ ମିଡିଆ ବ୍ୟବହାର ସମୟରେ ସୁରକ୍ଷା ଏବଂ ସାଇବର ଆଇନ ସମ୍ପର୍କରେ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ, ଶ୍ରୀ ଭେଙ୍କଟେଶ୍ୱର ସ୍ନାତକ ମହାବିଦ୍ୟାଳୟ, କାଶୀନଗରର ଅଧ୍ୟକ୍ଷ ଶ୍ରୀ ଦୀପ୍ତି ରଞ୍ଜନ ପଟ୍ଟନାୟକ, ଶ୍ରୀ ଜଗନ୍ନାଥ ରେସିଡେନ୍ସିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କର୍ଣ୍ଣମ ବିଜୟ କୁମାର, କାଶୀନଗର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ତ୍ରିନାଥ ସେଠୀ ଏବଂ କ୍ରାଇମ୍ କଣ୍ଟ୍ରୋଲ୍ କାଉନସିଲ୍‌ର ସାଇବର ସିକ୍ୟୁରିଟି ଆନାଲିଷ୍ଟ ଶ୍ରୀ ଡୋକ୍କା ଈଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି କରିଥିଲେ।ବକ୍ତାମାନେ ଅମ୍ଲ ଆକ୍ରମଣର ଶିକାର ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଆଇନଗତ ସହାୟତା ଓ କ୍ଷତିପୂରଣ ବ୍ୟବସ୍ଥା, ଦଣ୍ଡ ଆଇନର ପ୍ରାସଙ୍ଗିକ ନିୟମ, ସୋସିଆଲ ମିଡିଆ ବ୍ୟବହାର ସମୟରେ ଅବଲମ୍ବନୀୟ ସୁରକ୍ଷାମୂଳକ ପଦକ୍ଷେପ ଏବଂ ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖିବାର ବିଭିନ୍ନ ଉପାୟ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।କାର୍ଯ୍ୟକ୍ରମ ମାଧ୍ୟମରେ ଆଇନ ସମ୍ପର୍କିତ ଜ୍ଞାନ ହାସଲ କରିବା ସହିତ ସାଇବର ଅପରାଧ ଓ ସୋସିଆଲ ମିଡିଆରେ ଠକେଇରୁ ସଚେତନ ରହିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଆହ୍ୱାନ ଦିଆଯାଇଥିଲା।

Leave A Reply

Your email address will not be published.