ଗଜପତି, ୩୦.୯( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଉଦ୍ୟମରେ ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ଜଳାତଙ୍କ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି।ଜଳାତଙ୍କ ରୋଗର ପ୍ରତିରୋଧ, ଟିକାକରଣ ଏବଂ ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଜିଲ୍ଲା ଏପିଡେମିଓଲୋଜିଷ୍ଟ ଡା. ସାବିତ୍ରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ପାରଳାଖେମୁଣ୍ଡିର ଭେଟେରିନାରୀ ସର୍ଜନ ଡା. ବି. ସାଇ ସନ୍ଦୀପ, ପୌରପାଳିକାର ସାନିଟେସନ୍ ଇନ୍ସପେକ୍ଟର ଶ୍ରୀ ଏମ୍. ଧନେଶ୍ୱର ରାଓ, ସେଞ୍ଚୁରିଅନ ୟୁନିଭର୍ସିଟିର ରେଜିଷ୍ଟ୍ରାର ଡ. ଅନିତା ପାତ୍ର, ଡିନ୍ (ଆଡମିନିଷ୍ଟ୍ରେସନ୍) ଡ. ଏସ୍. ପି. ନନ୍ଦ, ସ୍କୁଲ୍ ଅଫ୍ ଭେଟେରିନାରୀ ଆଣ୍ଡ ଆନିମଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ସୁରେଶ ସୁବ୍ରମଣିଆନ୍, ସ୍କୁଲ୍ ଅଫ୍ ନର୍ସିଂର ପ୍ରିନ୍ସିପାଲ ଡା. ଏସ୍. ଏନ୍. ସନ୍ଧ୍ୟା ଏବଂ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ଶ୍ରୀମତୀ ସୁନୀତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ବକ୍ତାମାନେ ଜଳାତଙ୍କ ଏକ ଅତ୍ୟନ୍ତ ଗୁରୁତର ସଂକ୍ରାମକ ରୋଗ ହୋଇଥିଲେ ମଧ୍ୟ ଉପଯୁକ୍ତ ସଚେତନତା ଓ ଟିକାକରଣ ଦ୍ୱାରା ଏହାକୁ ପ୍ରତିରୋଧ କରାଯାଇ ପାରିବ ବୋଲି କହିଥିଲେ। ବିଶେଷକରି କୁକୁର କିମ୍ବା ଅନ୍ୟ ପଶୁ କାମୁଡ଼ିଲେ ଘରୋଇ ଚିକିତ୍ସା ଉପରେ ନିର୍ଭର ନକରି ତୁରନ୍ତ ଚିକିତ୍ସିତ ହେବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଟିକା ଗ୍ରହଣ କରିବାକୁ ସେମାନେ ପରାମର୍ଶ ଦେଇଥିଲେ।ପଶୁମାନଙ୍କର ନିୟମିତ ଜଳାତଙ୍କ ଟିକାକରଣ ଦ୍ୱାରା ଏହି ରୋଗର ସଂକ୍ରମଣକୁ ରୋକା ଯାଇପାରିବ ବୋଲି ମତପ୍ରକାଶ ପାଇଥିଲା। ତେଣୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଡ. ଏସ୍. ପି. ନନ୍ଦ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଶିକ୍ଷୟିତ୍ରୀ ସୁଶ୍ରୀ ରିତୁପର୍ଣ୍ଣା ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.