ଗଜପତି,୨୬.୯( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ଥାନୀୟ ଝାମି ଗ୍ରାମରେ ଶନିବାର ଦିନ “କୃଷିରେ ସ୍ଥାନୀୟ ପରମ୍ପରା ଏବଂ ଅଭ୍ୟାସ” ବିଷୟକୁ ନେଇ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଛାତ୍ରଛାତ୍ରୀମାନେ ଗ୍ରାମବାସୀଙ୍କ ସହ ପାରମ୍ପରିକ କୃଷି ପ୍ରଣାଳୀରେ ଉତ୍ତମ ବୀଜର ବ୍ୟବହାର, ଜୈବିକ ସାର, କମ୍ପୋଷ୍ଟ, ଫସଲ ପର୍ଯ୍ୟାୟକ୍ରମ, ମିଶ୍ରିତ ଚାଷ ଓ ପ୍ରାକୃତିକ ଜଳସେଚନ ଆଦି ବିଷୟରେ ଆଲୋଚନା କରିଥିଲେ। ପାରମ୍ପରିକ କୃଷି ପ୍ରଣାଳୀ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବା ସହ ଏହାର ବିଭିନ୍ନ ସାମାଜିକ ଉପକାରିତା ରହିଥିବା ନେଇ ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ।ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା। ଏଥି ସହିତ ଛାତ୍ରଛାତ୍ରୀମାନେ ନିକଟସ୍ଥ ଆନ୍ଧ୍ରପ୍ରଦେଶର କୁର୍ମାମ୍ ଗ୍ରାମକୁ ଯାଇ କୃଷିର ପାରମ୍ପରିକ ପଦ୍ଧତି ସମ୍ପର୍କରେ ମଧ୍ୟ ସର୍ଭେ କରିଥିଲେ।ପ୍ରକାଶ ଥାଉକି, ଆଗାମୀ ଦିନରେ ଆୟୋଜିତ ହେବାକୁଥିବା ଜିଲ୍ଲାସ୍ତରୀୟ “ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ” ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀମାନେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ଓ ସର୍ଭେ କରିଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.