ଗଜପତିରେ କମିଲା ବର୍ଷା , ସ୍ୱାଭାବିକ ହେଲା ଜୀବନଯାତ୍ରା ।

0

ଗଜପତି, ୨୬.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ୨୬/୦୯:-ଗଜପତି ଜିଲ୍ଲାରେ ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨୩ ଓ ୨୪ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବା ପରେ ଗତକାଲି ଠାରୁ ବର୍ଷା ପରିମାଣ କମିଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ମଧ୍ୟରେ ସମୁଦାୟ ୨୫.୪ ମି.ମି. ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ହାରାହାରି ବର୍ଷା ପରିମାଣ ୩.୧୭ ମି.ମି. ରହିଛି। ସୂଚନା ମୁତାବକ କାଶୀନଗର, ପାରଳାଖେମୁଣ୍ଡି, ଆର୍. ଉଦୟଗିରି ଓ ମୋହନାରେ ବର୍ଷା ଆଦୌ ରେକର୍ଡ ହୋଇନଥିବା ବେଳେ ରାୟଗଡ଼ାରେ ୮.୨ ମି.ମି., ଗୁମ୍ମାରେ ୧୧ ମି.ମି., ନୂଆଗଡ଼ରେ ୧.୨ ମି.ମି. ଏବଂ ଗୋଷାଣିରେ ମାତ୍ର ୫ ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି। ଫଳରେ ଜନସାଧାରଣ ଆଶ୍ୱସ୍ତ ହେବା ସହ ପୁଣି ଥରେ ଜନଜୀବନ ସ୍ୱାଭାବିକ ହେବାରେ ଲାଗିଛି।

Leave A Reply

Your email address will not be published.