ଉଦ୍‌ବିଗ୍ନ ଜହ୍ନ

ଆରାଧନା ମିଶ୍ର

0

ଉଦ୍‌ବିଗ୍ନ ଜହ୍ନ
****
ଉପରେ ଘନନୀଳ ଆବରଣ
ତଳେ ତା’ର ହାଲ୍‌କା ମେଘ ଆଚ୍ଛାଦିତ ଜହ୍ନ
ଖେଳୁଥିଲା ବାଦଲ ସହ
କି ଖେଳ କେଜାଣି!
ଦୂର ଦିଗନ୍ତ ମେଘର ଖଣି
ଚମକୁଥିଲା ବିଜୁଳି
ପବନ ଥିଲା ଶୀତଳ,ଚିନ୍ତାଶୀଳ
ମୁଁ ଯେବେ ଚାନ୍ଦକୁ ଦେଖି ହେଲି ଆହ୍ଲାଦିତ
ଗମ୍ଭୀର ସିଏ କହିଲା
‘କଣ ପାଇଁ ଖୁସି ଏତେ ?
ଭବିଷ୍ଯତ କି ଦିଶେନି ତତେ !
ଅନିଶ୍ଚିତତା,ଭଙ୍ଗାରୁଜା,ହିଂସା,ମାରାମାରି ! ‘
ହସି ମୁଁ ଭାବିଲି
‘ତୁ ଅଛୁ- ସବୁ ଅଛି
ଭବିଷ୍ୟତ ଯାହା ଦେବ, ତାହା ନେବି
ଏବେଠୁ ବା କାଇଁ ଭାବି ଭାବି ମରୁଥିବି !’

ଆରାଧନା ମିଶ୍ର

Leave A Reply

Your email address will not be published.