ନଳକୂପ ଚର୍ତୃପାର୍ଶ୍ଵ ସରକାରୀ ଜମି ଅବରୋଧ ଜଳ ନିଷ୍କାସନ ପଥ ବନ୍ଦ: ତହସିଲଦାରଙ୍କୁ ଦାବୀପତ୍ର !

0

ପଟ୍ଟାମୁଣ୍ଡାଇ ୨୨/୯:ସାରା ଓଡ଼ିଶାରେ ପାନୀୟଜଳ ସଙ୍କଟ ଦେଖାଦେଇଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ପଂଚାୟତ ବଢ଼େଇପଡା ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସେହି ଗ୍ରାମରେ ଥିବା ଏକ ନଳକୂପ ଉପରେ ଗ୍ରାମବାସୀ ମାନେ ପିଇବା ପାଣି ଉପରେ ନିର୍ଭରଶୀଳ ।ମାତ୍ର ବିଡ଼ମ୍ବନାର ବିଷୟ ଉକ୍ତ ଗ୍ରାମର ଲମ୍ବୋଦର ବିଶ୍ଵାଳ ନଳକୂପ ଚର୍ତୃପାର୍ଶ୍ଵରେ ଥିବା ସରକାରୀ ଜମିକୁ ଜବରଦଖଲ କରି ମାଟି ପକାଇ ଜଳ ନିଷ୍କାସନ ପଥ ପୋତି ଦେଇ ତାରବାଡ ଵୁଲାଇଛି । ଫଳରେ ନଳକୂପର ପାଣି ନିଷ୍କାସନ ହୋଇ ନପାରିବାରୁ ପାଣି ଜମାଟ ବାନ୍ଧି ପଚି ର୍ଦୁଗନ୍ଧ ହେଵାରୁ ପରିଵେଷ ଦୁଷିତ ହେବା ସହିତ।ନଳକୂପରୁ ପାଣି ନେଵା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ଗ୍ରାମବାସୀ ମାନେ ପଟ୍ଟାମୁଣ୍ଡାଇ ତହସିଲଦାର ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଵେ ବୋଲି କହିଛନ୍ତି ।


ଗ୍ରାମବାସୀଙ୍କ ମଧ୍ୟରେ ମୂରଲୀଧର ବିଶ୍ଵାଳ,ବିଜୟ ବିଶ୍ଵାଳ, ସସ୍ମିତା ବିଶ୍ଵାଳ, ବନିତା ବିଶ୍ଵାଳ, ସାରଥୀ ବିଶ୍ଵାଳ, ପୁଷ୍ପାଞ୍ଜଳି ବିଶ୍ଵାଳ, ଲିପିକା ବିଶ୍ଵାଳ, ଗୋବିନ୍ଦ ବିଶ୍ଵାଳ, ବ୍ରଜକିଶୋର ବିଶ୍ଵାଳ,ରଞ୍ଜନ ବିଶ୍ଵାଳ,ସୁବାଷ ଭଳ,ଉଦୟ ବିଶ୍ଵାଳ , ନିରୁପମା ବିଶ୍ଵାଳ, କୁଞ୍ଜଲତା ବିଶ୍ଵାଳ, ସରୋଜିନୀ ବିଶ୍ଵାଳ, ବାବାଜୀ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.