ଭୁବନେଶ୍ୱରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ଭୁବନେଶ୍ୱରରେ ପହଁଚିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯିବେ ବିଷ୍ଣୁ ଦେଓ ସାଏ । ସେଠାରେ ଏକ ଘଣ୍ଟା ୧୫ ମିନିଟ ରହିବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା ହୋଇପାରେ । ମହାନଦୀ ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ୍ ଆଲୋଚନା ହୋଇପାରେ ବୋଲି ମଧ୍ୟ କୁହାଯାଉଛି ।

ଏହା ପୂର୍ବରୁ ମହାନଦୀ ପ୍ରସଙ୍ଗରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀରେ ଭେଟଘାଟ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବିଷ୍ଣୁ ଦେଓ ସାଏ । ଏହାପରେ ସିଧାସଳଖ ପୁରୀ ଯିବେ ଓ ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ରାତ୍ର ରହଣି କରିବେ । ଆସନ୍ତାକାଲି ଭୁବନେଶ୍ୱର ଫେରି ବିମାନବନ୍ଦରରୁ ରାୟପୁର ବାହାରିଯିବେ ଛତିଶଗଡ଼ ସିଏମ୍ ବିଷ୍ଣୁ ଦେଓ ସାଏ ।

Leave A Reply

Your email address will not be published.