କୋରାପୁଟ ,ରୁ ସୁରେନ୍ଦ୍ର ଖୋସଲା :ତା 17-9-2026 ରିଖ ଗୁରୁବାର ସନ୍ଧ୍ୟା ସମୟରେ କୋରାପୁଟ ଡଃ. ଆମ୍ବେଦକର ପାଠ୍ୟ କେନ୍ଦ୍ର ଠାରେ ଜଣେ ବିଶିଷ୍ଟ ଆତ୍ମ ସମ୍ମାନର ସଂଗ୍ରାମୀ ତଥା ତାମିଲନାଡ଼ୁ ଡି. ଏମ୍. କେ ଦଳର ସଂସ୍ଥାପକ ଇ. ଭି. ପେରିୟାର ରାମସ୍ବାମୀ ନାଇକରଙ୍କ 147ତମ ଜୟନ୍ତି ଶ୍ରୀ ଗଙ୍ଗାଧର ସାଗର ଓ ବୈକୁଣ୍ଠ ମଣ୍ଡଳଙ୍କ ନେତୃତ୍ୱରେ ପାଳିତ ହୋଇ ଯାଇଛି । ଏଥିରେ ସଭାପତି ଶ୍ରୀ ଗଙ୍ଗାଧର ସାଗର ପେରିୟାର ସ୍ବାମୀଙ୍କ ଜୀବନିକା ସହ ତାଙ୍କରି ଅତି ମୂଲ୍ୟବାନ ବିଚାରଧାରାଟିକୁ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଯଦି ସମୟ ସୁଯୋଗ ହେଉଛି ତେବେ ପୃଥିବୀର ବିଦ୍ୱାନ ତଥା ମହାପୁରୁଷମାନଙ୍କ ବିଷୟରେ ଜାଣିବା ଆବଶ୍ୟକ । ମହାପୁରୁଷମାନଙ୍କର ବିଚାରଧାରା ଆଧୁନିକ ସମାଜ ପାଇଁ କେତେଦୂର ପ୍ରଯୁଜ୍ୟ ତାହା ଜାଣି ପାରିବେ । ଶେଷରେ ପାଠ୍ୟ କେନ୍ଦ୍ରର ସଂପାଦକ ଶ୍ରୀଯୁକ୍ତ ବୈକୁଣ୍ଠ ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରିଥିଲେ । ଉକ୍ତ ସଭାରେ ପ୍ରାୟ ଶତାଧିକ ଲୋକ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.