ଅନକାବେଡା ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0

ନବରଙ୍ଗପୁର, ୧୮/୦୯ (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ବିଦ୍ୟାଳୟ ପରିସରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଉଦ୍ଦେଶ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ସହ ସମ୍ପୃକ୍ତ ବ୍ୟକ୍ତିମାନେ ଉତ୍ସାହର ସହ ଯୋଗଦେଇ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବୃକ୍ଷର ମହତ୍ତ୍ୱ, ପରିବେଶ ସୁରକ୍ଷା, ଜଳବାୟୁ ସନ୍ତୁଳନ ଓ ପ୍ରକୃତି ସଂରକ୍ଷଣ ସମ୍ପର୍କରେ ସଚେତନ କରାଯାଇଥିଲା। “ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ” ବାର୍ତ୍ତା ଦେଇ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବାକୁ ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇଥିଲେ।

ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ଏକ ସୁସ୍ଥ, ସବୁଜ ଓ ସୁନ୍ଦର ପରିବେଶ ଗଠନରେ ସହାୟକ ହେବ।

କାର୍ଯ୍ୟକ୍ରମରେ ବନରକ୍ଷୀ ଶ୍ରୀ ତାପସ କୁମାର ଦାଶ, ଆଶୁତୋଷ ପାଢ଼ୀ, କମଳାକାନ୍ତ ନାଗ, ବିଧାୟକ ପ୍ରତିନିଧି ଶ୍ରୀ ପ୍ରତାପ ବାଘ, ଡମ୍ବରୁଧର ମାଝୀ, ଲକ୍ଷ୍ମଣ ମାଝୀ, ଡମ୍ବରୁଧର ଚୌହାନ, ଗୌରାଙ୍ଗ ମନହିରା, ଥବିର ମାଝୀ, ବାବୁଲାଲ ଜଗତ, ବିଦ୍ୟାଳୟ ସଭାପତି ଶ୍ରୀ ଜଳନ୍ଧର ଅଣ୍ଟି, ଅଭି ପାଣ୍ଡେ, ପ୍ରଧାନ ଶିକ୍ଷକ ଶ୍ରୀ ଚକ୍ରଧର ସାହୁ, ପୁସ୍ତକ ମାଝୀ, ପ୍ରତାପ ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Leave A Reply

Your email address will not be published.