ନୂଆଦିଲ୍ଲୀ ତା ୧୫.୦୯. ରିଖ ; ଏଠାକାର ପୁଷ୍ପଵିହାର ଠାରେ ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ୧୬ ତମ ବାର୍ଷିକ ଗଣେଶ ପୂଜା ମହା ସମାରୋହରେ ପାଳନ କରାଯାଇଛି ।ଭକ୍ତିପୂତ ପରିବେଶ ମଧ୍ଯରେ ଅପରାହ୍ନରେ ଗଣପତି ଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । ଦିନ ତିନିଟା ବେଳେ ରାଜଧାନୀ କ୍ଷେତ୍ରର ଶତାଧିକ ଓଡିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାରବର୍ଗଙ୍କ ସହିତ ବୁଦ୍ଧିଦାତାଙ୍କର କରକମଳରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।
ଚଳିତ ବର୍ଷର ବିନାୟକ ଚତୁର୍ଥୀ ପର୍ବକୁ କେନ୍ଦ୍ରକରି ଆୟୋଜନ କମିଟିର ସଦସ୍ଯ, ସ୍ବେଚ୍ଛାସେବୀ ଏବଂ ସାଧାରଣ ଦର୍ଶକ ମାନଙ୍କ ମଧ୍ଯରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଦମ୍ଯ ଉତ୍ସାହ, ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା । ମହୋତ୍ସବରେ ଅତିଥି ଭାବରେ ଶ୍ରୀ ନୀଳାଚଳ ସେବାସଂଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ଓ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଯୋଗ ଦେଇ ଥିଲେ। ଏହି ଅବସରରେ ଓଁ ଶ୍ରୀ ହରି ସୁର ଝଙ୍କାର ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଗଜାନନ ମହୋତ୍ସବର ମୁଖ୍ଯ ଆକର୍ଷଣ ଥିଲା।ବିଶିଷ୍ଟ ଗାୟକ ହରି ନାରାୟଣ ଦାଶ ଓ ସାଥି କଳାକାର ବିଦ୍ୟାଧର ଦାସ, ସୌମ୍ୟରଞ୍ଜନ ରଣା ମନଲୋଭା ସଂଗୀତ ଓ ରାଜ କୁମାର ସାମଲ ଉଚ୍ଚକୋଟୀର ତବଲା ବାଦନ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।


ପ୍ରଦୀପ୍ତ ପାତ୍ର ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଚାଳନା କରିଥିଲେ । ପର୍ବକୁ ସଫଳତାର ଆୟୋଜନ କରିବାରେ ସୋସାଇଟିର ସଭାପତି ରବୀନ୍ଦ୍ର ସାମଲ, ଉପ-ସଭାପତି ଅନୁପ ନାୟକ, ସମ୍ପାଦକ ରାଧାଶ୍ୟାମ ସାହୁ,ଯୁଗ୍ମ ସମ୍ପାଦକ ନଳିନୀ କାନ୍ତ ରାଉତ ଏବଂ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଲେଙ୍କା ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।
ସୋସାଇଟିର ବରିଷ୍ଠ ସଦସ୍ୟ ବୃନ୍ଦ ଯଥା :- ଅମୁଲ୍ୟ ଓଝା, ପ୍ରକାଶ ବିଶ୍ୱାଳ, ମନୋଜ ସାହୁ, ଭେନୁ ଗୋପାଳ, ପ୍ରଦୀପ୍ତ ବେହେରା, ସରୋଜ ବିନ୍ଧାଣି, ଅଜୟ ଜେନା, ସଞ୍ଜୟ ଦଳେଇ, ରାଜ କିଶୋର ଏବଂ ବାସୁଦେବ ବେହେରା ପ୍ରମୁଖ ଆୟୋଜନରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ ।