କଲକାତା (୧୫/୯): ଦକ୍ଷିଣେଶ୍ୱର ଯଦି ‘ମା’ କାଳୀଙ୍କ ଗଡ଼’ ହୁଏ, ତେବେ ବାଗବଜାର ନିଶ୍ଚିତ ଭାବରେ ‘ଶ୍ରୀରାମକୃଷ୍ଣଙ୍କ ଗଡ଼’। ଉତ୍ତର କୋଲକାତାର ଏହି ଅଞ୍ଚଳରେ ହିଁ ଠାକୁରଙ୍କ କୋଲକାତାବାସୀ ଅଧିକାଂଶ ଭକ୍ତଙ୍କ ବାସସ୍ଥାନ ଥିଲା। ଏପରିକି ଠାକୁର ଦକ୍ଷିଣେଶ୍ୱରରୁ ‘କଲିକତା’ର ଏହି ଅଞ୍ଚଳକୁ ହିଁ ଅଧିକ ଯାତାୟାତ କରୁଥିଲେ। ତେଣୁ ବାଗବଜାର ରାମକୃଷ୍ଣମୟ।
ରାମକୃଷ୍ଣୋତ୍ତର ଯୁଗରେ ବାଗବଜାର ଶ୍ରୀରାମକୃଷ୍ଣ ଭାବାନ୍ଦୋଳନର ଅନ୍ୟତମ ପ୍ରମୁଖ କେନ୍ଦ୍ର ଭାବରେ ପରିଣତ ହୋଇଛି। ରାମକୃଷ୍ଣ ମିଶନର ଜନ୍ମଭୂମି, ଶ୍ରୀଶ୍ରୀମା’ଙ୍କ କୋଲକାତାରେ ସ୍ଥାୟୀ ଠିକଣା—ସବୁକିଛି ଏହି ଅଞ୍ଚଳକୁ କେନ୍ଦ୍ର କରି ଗଢ଼ି ଉଠିଛି।
ତେଣୁ ‘ଉଦ୍ବୋଧନ’ ପକ୍ଷରୁ ପ୍ରକାଶିତ ୨୦୨୭ ମସିହାର ବର୍ଷପଞ୍ଜିକାରେ ସ୍ଥାନ ପାଇଛି ‘ରାମକୃଷ୍ଣତୀର୍ଥ ବାଗବଜାର’।
ଏହି ବର୍ଷପଞ୍ଜିକାରେ ଶ୍ରୀରାମକୃଷ୍ଣଙ୍କ ସ୍ମୃତିବିଜଡ଼ିତ ଛଅଟି ପୁଣ୍ୟସ୍ଥାନର ଚିତ୍ରସହ ବିବରଣୀ ସ୍ଥାନ ପାଇଛି, ଯାହା ଆପଣଙ୍କ ପ୍ରତ୍ୟେକ ଦିନକୁ ଆନନ୍ଦମୟ କରିତୋଳିବ।
ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.