ରାସ୍ତା ତଳକୁ ଓଲଟିଲା ବସ: ୨୦ ରୁ ଉର୍ଦ୍ଧ ଆହତ

0

ପଟ୍ଟାମୁଣ୍ଡାଇ:-ରାସ୍ତା ତଳକୁ ଓଲଟିଲା ବସ, ଅଳ୍ପକେ ବଞ୍ଚିଗଲେ ୫0 ରୁ ଉର୍ଦ୍ଧ ଯାତ୍ରୀ !କଟକ ରୁ ରାଜନଗର ତାଳଚୁଆ ଯାଉଥିବା OD29F – 6966 ପ୍ରିନ୍ସି ନାମକ ଘରୋଇ ବସଟି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଖାରୁଣୀ ନିକଟରେ ଦୁର୍ଘଟଣାଗସ୍ତ ହୋଇ ରାସ୍ତା ତଳକୁ ଖସି ଯାଇଛି ! ଡ୍ରାଇଭର ହେଲଫର ଫେରାର ହୋଇଥିବା ବେଳେ ୨0 ଜଣ ଯାତ୍ରୀ ଆହତ ଓ ଅନ୍ୟମାନେ ସୁରକ୍ଷିତ ଥିବା ଜଣାଯାଇଛି ! ସୂଚନା ମୁତାବକ ଅପରାହ୍ନ ପ୍ରାୟ ୩ / ୩0ମି. ସମୟରେ ତାଳଚୁଆ ଅଭିମୁଖେ ଯାଉଥିବା ବେଳେ ହଠାତ ଏହି ଯାତ୍ରୀବାହୀ ବସର ଏକ୍ସିଲ ଭାଙ୍ଗିଯିବା ଫଳରେ ଭାରସାମ୍ୟ ହରାଇ ବସ ଟି ରାସ୍ତା କଡ଼କୁ ଖସି ଯାଇଥିଲା !ବରଂ ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ଦେଇ ଅଟକି ଯିବାରୁ ୫0 ରୁ ଉର୍ଦ୍ଧ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ! ୨0 ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇ ଥିବା ବେଳେ ଅନ୍ୟମାନେ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି ! ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ! ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ଗ୍ରାମାଞ୍ଚଳ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି !

Leave A Reply

Your email address will not be published.