ଗଜପତି,୬.୯(ମନୋଜ ପାଢ଼ୀ) :- ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଜଗନ୍ନାଥ ସେବା ଦଳ ପକ୍ଷରୁ ମିଳିତ ଭାବେ ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ନନ୍ଦୋତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ଠାକୁରଙ୍କୁ ରାମସ୍ୱାମୀ ମନ୍ଦିରରୁ ସଂକୀର୍ତ୍ତନ, ବାଜାବାଜଣା ଓ ଭକ୍ତଙ୍କ ହରିବୋଲ ଧ୍ୱନି ମଧ୍ୟରେ ଶୋଭାଯାତ୍ରାରେ ଅଣାଯାଇଥିଲା। ପରେ ଠାକୁରଙ୍କୁ ଦହିହାଣ୍ଡି ଚତୁଃପାର୍ଶ୍ୱରେ ପରିକ୍ରମା କରାଇବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।ଏହା ପରେ ଉତ୍ସାହ ଓ ଆନନ୍ଦର ସହ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦହିହାଣ୍ଡି ଭଙ୍ଗା ଦୃଶ୍ୟ ଦେଖିବା ପାଇଁ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତି, ଉତ୍ସାହ ଓ ଆନନ୍ଦରେ ପରିପୂର୍ଣ୍ଣ ଏହି ନନ୍ଦୋତ୍ସବକୁ ଉପସ୍ଥିତ ଭକ୍ତମାନେ ମନଭରି ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ସେବା ଦଳ ମୁଖ୍ୟ ଶ୍ରୀ ଦୁର୍ଗା ମାଧବ ପାଣିଗ୍ରାହୀ, ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମିଶ୍ର, ଶ୍ରୀ ସୁଧି ରଞ୍ଜନ ମହାପାତ୍ର, ଅଶୋକ କୁମାର ମହାରଣା ପ୍ରମୁଖ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.