ବଡ଼ ରାଧାକାନ୍ତ ମଠରେ ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ ।

ଗଜପତି,୫.୯(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ମିଳିତ ସହଯୋଗରେ ବଡ଼ ରାଧାକାନ୍ତ ମଠ ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଦିବସ ତଥା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ତଥା ପୂର୍ବତନ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ସେବା ଦଳର ମୁଖ୍ୟ ଶ୍ରୀ ଦୁର୍ଗା ମାଧବ ପାଣିଗ୍ରାହୀ ଏବଂ ବିଶିଷ୍ଟ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ଉପସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ,ଶ୍ରୀ କ୍ରିଷ୍ଣା ନନ୍ଦ ସରସ୍ଵତୀ ମହାରାଜ,ନୃସିଂହ ଚରଣ ଦାସ ଓ ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ହରିମୋହନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।ଭକ୍ତିମୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା। ଏହି ଅବସରରେ ଛୋଟ ଛୋଟ ଶିଶୁମାନଙ୍କୁ ନେଇ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଆକର୍ଷଣୀୟ ବେଶରେ ସଜ୍ଜିତ ଶିଶୁମାନଙ୍କର ରାଧାକୃଷ୍ଣ ବେଶ ପ୍ରତିଯୋଗିତା ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଶିଶୁମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ମାଧବାନନ୍ଦ ନାୟକ, ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି,ଶ୍ରୀ ଗଣେଶ ଚନ୍ଦ୍ର ପଟ୍ଟନାୟକ, ନୃତ୍ୟଶିଳ୍ପୀ ସୁଶ୍ରୀ ତନିଶା ବେବର୍ତ୍ତା, ଶ୍ରୀ ଜଗନ୍ନାଥ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଧର୍ମାଚାର୍ଯ୍ୟ ଶ୍ରୀ କୈଳାସ ଚନ୍ଦ୍ର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମିଶ୍ର, ନଗର ସଭାପତି ଶ୍ରୀ ରବିନ୍ କୁମାର ସାହୁକାର, ଶ୍ରୀ ମନୋଜ କୁମାର ଦାସ ଓ ଶ୍ରୀ ଚଣ୍ଡୀ ପ୍ରସାଦ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
ଏଥିରେ କାର୍ତ୍ତିକ ସେଠୀ, ସୌମ୍ୟରଞ୍ଜନ, ରଞ୍ଜନ, କୈଳାସ ବିଶ୍ୱାଳଙ୍କ ସମେତ ବଜରଙ୍ଗ ଦଳର ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ରାଧାକୃଷ୍ଣ ବେଶ ପ୍ରତିଯୋଗିତାର ବିଚାରକ ଭାବେ ଡ଼ଃ କଲ୍ୟାଣୀ ମିଶ୍ର, ଶ୍ରୀମତୀ ବବିତା ପୁରୋହିତ, ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀ ଚଣ୍ଡୀ ପ୍ରସାଦ ନାୟକ, ଶ୍ରୀ ଶୁଭେନ୍ଦୁ ସେନାପତି ଓ ଶ୍ରୀମତୀ ଅରୂପାଞ୍ଜଳୀ ମହାନ୍ତି ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରତିଯୋଗୀ ,ଅଭିଭାବକ, ଅତିଥିବୃନ୍ଦ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Comments are closed.