ଉପଲଡ଼ା ଶ୍ରୀ ରାଧାକାନ୍ତ ମଠରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ।

ଗଜପତି,5.9(ମନୋଜ ପାଢୀ) :- ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଉପଲଡ଼ାସ୍ଥିତ ଶ୍ରୀ ରାଧାକାନ୍ତ ମଠରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି।ବାଘଶାଳା ମଠର ମହନ୍ତ ଶ୍ରୀ ଗୋପାଳ କୃଷ୍ଣ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ଉପଲଡ଼ା ସଂକୀର୍ତ୍ତନ ମଣ୍ଡଳୀର ଗୁରୁ ତ୍ରିନାଥ ପଣ୍ଡା ଓ ଖୁରିଙ୍ଗା ସୀତାପୁର ସଂକୀର୍ତ୍ତନ ମଣ୍ଡଳୀର ଗୁରୁ ବ୍ରହ୍ମଜ୍ଞାନୀ ଗୌଡ଼ଙ୍କ ନେତୃତ୍ୱରେ ଦୁଇ ସଂକୀର୍ତ୍ତନ ମଣ୍ଡଳୀ ମିଳିତ ଭାବେ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ। ହରିନାମ ସଂକୀର୍ତ୍ତନରେ ସମଗ୍ର ଗ୍ରାମ ଭକ୍ତିରସରେ ମୁଖରିତ ହୋଇ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ସଂକୀର୍ତ୍ତନ ସହ ମଠ ପରିସରରେ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଶ୍ରୀକୃଷ୍ଣ ଜନ୍ମୋତ୍ସବର ସମସ୍ତ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଲାଭ କରିଥିଲେ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସେବାନିବୃତ୍ତ ଗୋଷ୍ଠୀ ସହକାରୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ପଢିଆରୀ ପରିଚାଳନା କରିଥିଲେ। ଶ୍ରୀ ସରୋଜ କାନ୍ତ ପଢିଆରୀ, କମଳାକାନ୍ତ ମହାନ୍ତି, ରଘୁନାଥ ବେହେରା, ପ୍ରଦୀପ କୁମାର ତିଆଡି, ସୁଧା ସାଗର ପଢିଆରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅରୁଣ କୁମାର ପାଠୀ, ଡିଲେଶ୍ୱର ପଣ୍ଡା, ଡିଲେଶ୍ୱର ମହାନ୍ତି, ତ୍ରିନାଥ ଲେଙ୍କା ଓ ଏଲ୍‌. ଗଣେଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.