ଗଜପତି,୪.୯(ମନୋଜ ପାଢ଼ୀ) :-ଜାତୀୟ ଶିକ୍ଷା ଓ ପ୍ରଶାସନ ପ୍ରତିଷ୍ଠାନ (ନିପା) ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ମାୟାଧର ସାହୁ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି।ଏହି ଅବସରରେ ଅତିଥି ଭାବେ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଜେ.ଏସ୍. ରାଜପୁତ, ନିପାର କୁଳପତି ପ୍ରଫେସର ଶଶୀକଳା ୱାନ୍ଜରୀ ଏବଂ ନିପାର କୁଳାଧିପତି ପ୍ରଫେସର ରାମଶଙ୍କର ଦୁବେ ପ୍ରମୁଖ ଯୋଗଦେଇ ଡ. ସାହୁଙ୍କୁ ସମ୍ମାନିତ କରିଥିଲେ।ଗତ ଦୁଇ ବର୍ଷ ଧରି ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ସହ ଜିଲ୍ଲାକୁ ରାଜ୍ୟସ୍ତରରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବାରେ ଡ. ସାହୁଙ୍କ ପ୍ରମୁଖ ଭୂମିକା ରହିଛି। ‘ପ୍ରୟାସ’ ସମେତ ବିଭିନ୍ନ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଜରିଆରେ ସମଗ୍ର ଜିଲ୍ଲାରେ ଶିକ୍ଷାର ଏକ ନୂତନ ପରିବେଶ ସୃଷ୍ଟି କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।ତାଙ୍କର ଏହି କାର୍ଯ୍ୟଦକ୍ଷତା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହ ଗଜପତି ଜିଲ୍ଲାର ସମ୍ମାନ ବୃଦ୍ଧି ପାଇଛି।ଡ. ସାହୁଙ୍କ ଏହି ବିରଳ ସମ୍ମାନ ପାଇଁ ଗଜପତି ଜିଲ୍ଲାର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Comments are closed.