ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ!

0

ଭୁବନେଶ୍ୱର: ଆସନ୍ତା ବର୍ଷ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ। ପଞ୍ଚାୟତ ନିର୍ବାଚନ ପାଇଁ କମିଶନ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ସେ କହିଛନ୍ତି।

ପଞ୍ଚାୟତ ନିର୍ବାଚନ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏଥିପାଇଁ ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ଯାଏ ଘରକୁ ଘର ସର୍ଭେ କରାଯିବ। ସର୍ଭେ ପରେ ପ୍ରସ୍ତୁତ ଭୋଟର ତାଲିକାକୁ ନେଇ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯିବ। ସମସ୍ତ ପ୍ରକ୍ରିୟା ଶେଷ କରି ଫେବ୍ରୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।

ତେବେ ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଚାଲିଥିବାରୁ ଏହା ଶେଷ ହେବା ପରେ ହିଁ ନିର୍ବାଚନ ନେଇ ଘୋଷଣା କରାଯିବ। ଅର୍ଥାତ୍‌ ମାର୍ଚ୍ଚ ୫ ତାରିଖ ପରେ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ହୋଇପାରେ। ବର୍ତ୍ତମାନର ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଫେବ୍ରୁଆରୀରେ ଶେଷ ହେଉଛି।

ଜନଗଣନା ପ୍ରକ୍ରିୟା ଯୋଗୁଁ ପଞ୍ଚାୟତ ନିର୍ବାଚନ ପ୍ରାୟ ମାସେ ବିଳମ୍ବ ହେବାର ସମ୍ଭାବନା ରହିଛି। ପଞ୍ଚାୟତ ନିର୍ବାଚନ ଶେଷ ହେବାର ପ୍ରାୟ ମାସେ ପରେ ପୌର ନିର୍ବାଚନ କରାଯିବ ବୋଲି ମଧ୍ୟ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Leave A Reply

Your email address will not be published.