ଶିଶୁ ଆଇନା’ କୋମଳମତି ଶିଶୁଙ୍କ ପାଇଁ ଏକ ଅପୂର୍ବ ଭେଟି ।

ଭୁବନେଶ୍ୱର: କୋମଳମତି ଶିଶୁଙ୍କ ପଠନ ସଂସ୍କୃତି ଓ ସୃଜନଶୀଳତାର ବିକାଶ ପାଇଁ ଏହି ପୁସ୍ତକଟି ରଚନା କରାଯାଇଛି। ଆକର୍ଷଣୀୟ ଚିତ୍ର ଓ ସରଳ ଭାଷାରେ ଲିଖିତ ଏହି ପୁସ୍ତକଟି ଶିଶୁମାନଙ୍କ ମନୋରଞ୍ଜନ ସହ ଶିକ୍ଷଣୀୟ ଖୋରାକ ଯୋଗାଇବ ବୋଲି କବି ଅମରନାଥ ବାରିକ୍ କହିଛନ୍ତି । ଏହା ଶିଶୁ ସାହିତ୍ୟ ଜଗତରେ ଏକ ଅଭୁଲା ସ୍ୱାକ୍ଷର ହୋଇରହିବ ବୋଲି ଆଶାପ୍ରକାଶ କରିଥିଲେ। ଛୋଟ ଛୋଟ ପିଲାଙ୍କ ମନସ୍ତତ୍ତ୍ୱ, ସେମାନଙ୍କ ଶୈକ୍ଷିକ ଆବଶ୍ୟକତା ଏବଂ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଏହି ପୁସ୍ତକଟି ରଚନା କରାଯାଇଛି। ପୁସ୍ତକଟିରେ ରହିଥିବା ୬୦ଟି ଗୀତି କବିତା ସହ ରଙ୍ଗୀନ ଆକର୍ଷଣୀୟ ଚିତ୍ରାବଳୀ, ମନୋରଞ୍ଜକ ପଦ୍ୟ ଓ ସରଳ ଭାଷାର ସଂଯୋଜନା ପିଲାମାନଙ୍କୁ ନୀତିଶିକ୍ଷା ଏବଂ ସୃଜନଶୀଳ ଶିକ୍ଷା ପ୍ରଦାନ କରିବାରେ ବେଶ୍ ସହାୟକ ହେବ। ଜଣା ଅଜଣା ଭଳି କିଛି ପ୍ରଶ୍ନୋତ୍ତର ମଧ୍ଯ ରହିଛି । ଏହା ୧୭୦ ପୃଷ୍ଠା ବିଶିଷ୍ଟ ଏକ ଆବେଗପୂର୍ଣ୍ଣ ସଂକଳନ । ଯାହାର ମୂଲ୍ୟ ମାତ୍ର ୨୦୦ ଟଙ୍କା ରଖାଯାଇଛି । ଏହା ଆମାଜୋନରେ ମଧ୍ଯ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ‘ଶିଶୁ ଆଇନା’ ପ୍ରକୃତରେ ଶିଶୁମାନଙ୍କ ମନର ଏକ ସୁନ୍ଦର ପ୍ରତିଫଳନ ବୋଲି ଲେଖକ ମତ ପ୍ରକାଶ କରିଛନ୍ତି। ପୂର୍ବ ପ୍ରକାଶିତ ପୁସ୍ତକ ‘ହେ ଈଶ୍ୱର’ ପାଠକ ମାନଙ୍କ ମନକୁ ଛୁଇଁଥିବା ବେଳେ ବନଫୁଲ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ତଥା ସୁଲେଖକ ଅମରନାଥ ବାରିକଙ୍କ ରଚିତ ନୂତନ ଶିଶୁ ସାହିତ୍ୟ ପୁସ୍ତକ ‘ଶିଶୁ ଆଇନା’ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହେବାକୁ ଯାଉଛି ।

Comments are closed.