ଅଯୋଧ୍ୟା: ଅଯୋଧ୍ୟାସ୍ଥିତ ରାମ ମନ୍ଦିରର ପରିଚାଳନା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି। ୫ ହଜାରରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ତାଙ୍କ ନାମ ଚୟନ ହୋଇଥିବା ସୂଚନା ମିଳିଛି।
ଭାରତୀୟ ବାୟୁସେନାରେ ଦୀର୍ଘ ଦିନ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ଦାୟିତ୍ୱ ସମ୍ଭାଳିଥିବା ଜିତେନ୍ଦ୍ର ମିଶ୍ରଙ୍କ ପ୍ରଶାସନିକ ଅଭିଜ୍ଞତାକୁ ଟ୍ରଷ୍ଟ ପାଇଁ ଗୁରୁତ୍ୱ ଦିଆଯାଇଛି। ଅପରେସନ ସିନ୍ଦୂର ସମୟରେ ସେ ଭାରତୀୟ ବାୟୁସେନାର ପଶ୍ଚିମ କମାଣ୍ଡର ମୁଖ୍ୟ ଥିବା ମଧ୍ୟ କୁହାଯାଉଛି। ନୂଆ CEO ରାମ ମନ୍ଦିର ଟ୍ରଷ୍ଟର ପ୍ରଶାସନିକ, ଆର୍ଥିକ ଓ ଆଇନଗତ କାର୍ଯ୍ୟର ପରିଚାଳନାରେ ପ୍ରମୁଖ ଭୂମିକା ନେବେ। ଏଥିସହ ଟ୍ରଷ୍ଟର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା, କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଏବଂ ପେସାଦାର ପରିଚାଳନା ବ୍ୟବସ୍ଥାକୁ ମଜବୁତ କରିବା ତାଙ୍କର ପ୍ରମୁଖ ଦାୟିତ୍ୱ ରହିବ।
Comments are closed.