ରାଧାରମଣ ମଠରେ ଝୁଲଣ ଯାତ୍ରା

0

ପଟ୍ଟାମୁଣ୍ଡାଇ ତା ୩୦/୮:  କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ୩ଦିନ ଧରି ଆୟୋଜିତ ଝୁଲଣ ଯାତ୍ରା ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଯାଇଛି I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ, ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ମା ସୁଭଦ୍ରା, ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ପୂଜାର୍ଚନା କରାଯାଇଥିଲା I ଏହା ପରେ ପ୍ରଭୁ ରାଧାରମଣକୁ ଝୁଲଣ ବେଦି ଓ ମଣ୍ଡପକୁ ନିଆଯାଇଥିଲା I ଏଇ ଅବସରରେ ବହୁ କୀର୍ତନ ମଣ୍ଡଳୀ ନାମ ସଂକ୍ରିତନ ସହ ଭଜନ ଜଣାଣ ପରିବେଷଣ କରିଥିଲେ Iପ୍ରଭୁଙ୍କ ଝୁଲଣ ଯାତ୍ରା କାର୍ଯ୍ୟକ୍ରମରେ ବାବାଜୀ ସର୍ବଶ୍ରୀ ନରହରି ଦାସ, ପ୍ରଭୁ ଦାସ ନୃସିଂହ ଦାସ, ପତିତପାବନ ଦାସ, ଅଚ୍ୟୁତାନନ୍ଦ ଦାସ, ଅଜୟ ଦାସ, ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ, ଓକିଲ ସଂଘ ପୂର୍ବତନ ସଭାପତି ତପନ ମିଶ୍ର, ଯୋଗ ଗୁରୁ ପିତାମ୍ବର ପରିଡା, ଟୁଟୁ ମିଶ୍ର, ବିଭୁତି ଭୂଷଣ ଦାଶ, ପୁରୁଷୋତ୍ତମ ବେହେରା ଓ ଦେବାଶିଷ ପଣ୍ଡା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରସାଦ ସେବନ କରିଥିଲେ I ଏହି କାର୍ଯ୍ୟକ୍ରମକୁ ନିରାକାର ପଣ୍ଡା ଅମ୍ଭୁଜଭୂଷଣ ନାୟକ, ମୃତ୍ୟୁଞ୍ଜୟ ସୂତାର,ରାଧାରମଣ ପ୍ରସାଦ ନାୟକ ପରିଚାଳନା କରିଥିଲେ I

Leave A Reply

Your email address will not be published.